-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଳି ସହରରେ ଆସନ୍ତା ଜୁନ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ବର୍ଷ ଶୀତଳ ଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଆଜି ସ୍ଥିରୀକୃତ ହୋଇଅଛି। ଡୁଙ୍ଗୁରିପାଲି ଶିବ ମନ୍ଦିର ପରିସରରେ କମଳାକାନ୍ତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜୁନ ୧୭ ତାରିଖ ପତର ପେଣ୍ଡି କାର୍ଯ୍ୟକ୍ରମ ରହିଥିବା ବେଳେ ଏପ୍ରିଲ ୨୦ ତାରିଖ ଥାଳ ଉଠା ହେବ। ଏ ବର୍ଷ କନ୍ୟାପିତା ଭାବରେ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ହରିସ ସାହୁ ବାରପିତା ଭାବରେ ଦାୟିତ୍ଵ ତୁଲାଇବେ। ମୀନାବଜାର ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ନୂତନ ପରିଚାଳନା କମିଟୀ ସହିତ ଅନ୍ୟାନ୍ୟ କମିଟି ଗଠନ କରାଯାଇଛି। ସଭାପତି ଭାବେ ପ୍ରଦୀପ ମିଶ୍ର, ଉପସଭାପତି ହୃଷୀ ସାହୁ, ସମ୍ପାଦକ ରୁଦ୍ରକିଶୋର ମହଳା, ସହ ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର, କୋଷାଧକ୍ଷ ହରିହର ଦନ୍ତା, ସୁନୀଳ ମିତଲ, ଲକ୍ଷ୍ମଣ ମେହେର, ଭୋଜରାଜ ଦସ୍ତସେନା, ଉମାଶଙ୍କର ଭାରାସାଗରିଆ, ବିପ୍ରଚରଣ ସାହୁ, ମୁକୁନ୍ଦ ମେହେର ସଦସ୍ୟ ରହିଛନ୍ତି। ଉପଦେଷ୍ଟା ଭାବରେ ହିମାଂଶୁ ଶେଖର ବିଶ୍ଵାଳ, ଥବିର ବିଶ୍ଵାଳ, ସୁରେନ୍ଦ୍ର ପତି, ଲକ୍ଷ୍ମୀଧର ନାୟକ,
ରାଧେଶ୍ୟାମ ଘିବେଲା,ପଦ୍ମଲୋଚନ ପଧାନ, ପବନ ଅଗ୍ରୱାଲ, ପବିତ୍ର ପାଣ୍ଡିଆ, ଅର୍ଜୁନ ସାହୁ। ନରେଶ, ଅଗ୍ରୱାଲ, ଚିନ୍ତାମଣି ମେହେର, ଶୃଙ୍ଖଳା କମିଟିରେ ଗୋପାଳ ବାରିକି, ରତ୍ନାକର ସେଠି, ଚିନ୍ମୟ ବେହେରା, ବିଭୁଦତ୍ତ ବିଶ୍ଵାଳ, ମଣ୍ଟୁ ଭୋଇ, ଲବ ପଧାନ, ଯଦୁମଣି କୁଦେଇ, ବେଣୁଧର ଦଣ୍ଡସେନା, ସୁବୋଧ ମହାଳିଙ୍ଗ, ମୁକେଶ ଭୋଇ, ପ୍ରମୋଦ ସାହୁ, ମାର୍କ ମେହେର ଏବଂ ଯାତ୍ରା କମିଟୀରେ ବନମାଳୀ ମେହେର, ଅମୁଲ୍ୟ ଦେହେରା, ଅରକ୍ଷିତ ମେହେର। ସାଧୁ ମେହେର, ଦାଶରଥ ସାହୁ, କଷ୍ଟ ଦେହେରୀ, ମୃତ୍ୟୁଞ୍ଜୟ ମିଶ୍ର, ବିରେନ୍ଦ୍ର ଭୋଇ, ବିଷ୍ଣୁ ପ୍ରସାଦ ବାରିକ, କୃଷଚନ୍ଦ୍ର ସାହୁ,ବିରଞ୍ଚି ପୂଝରୀ, ସିଂହଦେଓ ନାଏକ ରହିଛନ୍ତି ।