-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
09-Apr-2026
ଲୋଇସିଂହା, (ବିନୋଦ ଦୀପ) ଆଜିମୁଖ୍ୟଜିଲ୍ଲା କୃଷି ଅଧିକାରୀ ବଲାଙ୍ଗୀର ପକ୍ଷରୁ ଲୋଇସିଂହା ବ୍ଲକ ବୁର୍ଡ଼l ଗ୍ରାମ ରେ କ୍ଷେତ୍ର ଦିବସ ଧାନ ପରବର୍ତୀ ପତିତ ଜମିର ପରିଚାଳନା ଆର୍ଥିକ ବର୍ଷ 2025-26 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟବକ୍ତା ଭାବେ ଶ୍ରୀ ପ୍ରମୋଦ କୁମାର ବଡ଼ପଣ୍ଡା ଜିଲ୍ଲା କୃଷି ଅଧିକାରୀ, ବଲାଙ୍ଗୀର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ସତ୍ୟମୟ ଶତପଥୀ ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନକେନ୍ଦ୍ର ବଲାଙ୍ଗୀର, ଶ୍ରୀ ରୋହନ କୁମାର ସାହୁ ଇନଚାର୍ଜ ବ୍ଲକ କୃଷି ଅଧିକାରୀ ଲୋଇସିଂହା ଯୋଗ ଦେଇଥିଲେ l ଧାନଚାଷ ପରେ ମୁଗ, ବିରି ଆଦି ଡାଲି ଜାତୀୟ ଫସଲ ଚାଷ କରିବା ଦ୍ୱାରା ହେଉଥିବା ଲାଭ ଓ ମାଟି ର ସ୍ଵାସ୍ତ୍ୟ ଉପରେ ଏହି କ୍ଷେତ୍ର ଦିବସ ରେ ଆଲୋଚନା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଭିଏଡବ୍ଲୁ, କୃଷକ ସାଥୀ, କ୍ଲଷ୍ଟର କୋର୍ଡିନେଟର ଯୋଗ ଦେଇଥିବା ବେଳେ ବୁର୍ଡ଼l ଗ୍ରାମବାସୀ ଉପସ୍ଥିତ ଥିଲେ l