-+91-9937148622 |
prerana_bgr@rediffmail.com |
Friday 10th April 2026 |
R.N.I. Regd No. ODIODI/2010/46693
Breaking News
08-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବଲାଙ୍ଗୀରରୁ ଦେବଗଡ଼କୁ ନୂତନ ଏସି ବସ୍ ସେବାର ଶୁଭାରମ୍ଭ କଲେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା । ଏହି ବସ ସୋନପୁର, ବୀରମହାରାଜପୁର ଏବଂ ରେଢାଖୋଲ ଦେଇ ଦେବଗଡ କୁ ପ୍ରତିଦିନ ସକାଳୁ ଯିବାଆସିବା କରିବ । ବୀରମହାରାଜପୁର ବସଷ୍ଟାଣ୍ଡ ରେ ବିଧାୟକ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଏସି ବସ ସେବା ଫଳରେ ଲୋକେ ଉପକୃତ ହେବା ସହ ଆରାମ ଦାୟକ ଯାତ୍ରା କରିବେ । ଏହି ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ବିଡିଓ ରାଜୀବ ହାଂସଦା, ତହସିଲଦାର ସୁଚିସ୍ମିତା ମିଶ୍ର ଏବଂ ଓଏସଆରଟିସି ସୋନପୁର ଓ ବଲାଙ୍ଗୀର ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।