-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Apr-2026
(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ସହିଦ୍ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ରେ ଆଜି ବିଜେପି ର ୪୭ ତମ ପ୍ରତିଷ୍ଠା ଦିବସ ପାଳନ କରା ଯାଇଛି। ଏହି ଅବସରରେ ମଣ୍ତଳ ସଭାପତି ମନୋଜ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲା ସଂପାଦକ ଜେ ରାଜଶେଖର ରାଓ, ବରିଷ୍ଠ ନେତା ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବରିଷ୍ଠ ନେତା ଦିୱାନ ସିଂ ଓ ଜିଲ୍ଲା ସଂପାଦିକା ଲକ୍ଷ୍ମୀ ଜାନୀ ମଞ୍ଚାସିନ ଥିଲେ। ନରେଶ କୁମାର ସିଂ ମଞ୍ଚ ପରିଚାଳନା କରିଥିଲେ। ଦିନେଶ ସିଂ ଓ ନରୁ ସିଂ ସମସ୍ତ ଆୟୋଜନ ର ତଦାରଖ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା ସଂପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଜି କିରଣ କୁମାର, ରତନ କଲାର, ବନ୍ଧୁ ମାଝୀ, ଅସ୍ତମା ଗୌଡ଼, ପାପିନ୍ ମୁନି, ଓ୍ବାଇ ରାଜ କୁମାର, ଗୋବିନ୍ଦ ମାଝୀ, ମହେଶ ପାତ୍ର, ଦିନବନ୍ଧୁ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।୫ଟି ଶକ୍ତି କେନ୍ଦ୍ର ର ପ୍ରମୁଖ କାର୍ଯ୍ୟକର୍ତ୍ତା ମନେ ବୈଠକରେ ଅଂଶ ଗ୍ରହଣ କରିଥିଲେ।