-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||      ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   (08-May-2026)       ||      ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   (08-May-2026)       ||      ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   (08-May-2026)       ||      ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ    (08-May-2026)       ||      ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ   (08-May-2026)       ||      ଲୋଇସିଂହା ଥାନା ଅଭ୍ୟର୍ଥନା ଗୃହରେ ଭରଚୁଆଲ ଜରିଆରେ ଜୁଭେଂଟିକା ସଚେତନତା କାର୍ଯ୍ୟକ୍ରମ    (08-May-2026)       ||      *ଜାତୀୟ ପର୍ବତାରୋହଣ ପ୍ରଶିକ୍ଷଣ ଶିବିରରେ ରୌପ୍ୟ ପଦକ ହାସଲ*   (08-May-2026)       ||      ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା   (08-May-2026)       ||      ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ♦️ "ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ"   (08-May-2026)       ||      ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ♦️ "ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ"   (08-May-2026)       ||      ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତର ଦାବୀପତ୍ର    (08-May-2026)       ||      ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   (08-May-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   (08-May-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   (08-May-2026)       ||      ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି    (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   (08-May-2026)       ||     

HOME   ରାଜ୍ୟ

ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ

22-Mar-2026



ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା ସେବାରେ ରାଜ୍ୟର ଯୁବକମାନଙ୍କର ଅଂଶଗ୍ରହଣକୁ ବଢ଼ାଇବା ପାଇଁ TAPAS ପଦକ୍ଷେପରେ  ୨ କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିମନ୍ତେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ଦାବି ପ୍ରସ୍ତାବ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଆଜି ବିଧାନସଭାରେ ମଞ୍ଜୁର ହୋଇଛି।

ପ୍ରଶାସନିକ ଖର୍ଚ୍ଚ ପାଇଁ ୧୮୬୫.୮୬ କୋଟି ଟଙ୍କା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ୧୭୯୮.୫୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

"ରାଜ୍ୟରେ ରହିଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଏହାର ସୁପରିଚାଳନା, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ନିଯୁକ୍ତି ସୁଯୋଗ ପ୍ରଦାନ, ଉଚ୍ଚକୋଟୀର ଗବେଷଣା ଏବଂ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ଲକ୍ଷ୍ୟ ରଖି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ବଜେଟ୍ ପ୍ରସ୍ତୁତ ହୋଇଛି", ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସବିସ୍ତୃତ ଆଲୋଚନା କରିଥିଲେ।

ଉଚ୍ଚଶିକ୍ଷା ବିଭାଗରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପିଏମ୍-ଉଷା ଯୋଜନାରେ ୨୦୦ କୋଟି ଟଙ୍କା, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ ପାଇଁ ୧୫ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷା ବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ବିଦେଶ ଶିକ୍ଷା ବୃତ୍ତି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ପାଇଁ ୮୮କୋଟି ଟଙ୍କା, ପ୍ରଶାସନିକ ସେବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିଶୁକ୍ଲ କୋଚିଂ ପ୍ରଦାନ କରିବା ନିମନ୍ତେ ୧୦ କୋଟି ଟଙ୍କା, ଜାତୀୟ ସେବା ଯୋଜନାରେ ୪ କୋଟି ଟଙ୍କା, ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ପାଇଁ ୪୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟର ୧୬ଟି ବିଶ୍ୱ ବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ ହେବ। ଶକ୍ତିଶ୍ରୀ ଯୋଜନା ଅଧୀନରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ ହେବା ସହ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ମେଣ୍ଟରସିପ୍ ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନରେ ସିସିଟିଭି ଲଗାଯିବା ସହ କ୍ୟାମ୍ପସରେ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଯିବ। ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଉଚ୍ଚ କୋଟୀର ଗବେଷଣା, ନବ ସୃଜନ, ନୂତନ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀ ଗବେଷଣା ଓ ନବସୃଜନ ଫେଲୋସିପ୍ କାର୍ଯ୍ୟକ୍ରମ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରାର ବିକାଶ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଉକ୍ତ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରୁଥିବା ପ୍ରତିଯୋଗୀମାନଙ୍କର ଷ୍ଟାର୍ଟଅପ୍ ପ୍ରୋଟୋଟାଇପ୍‌ର ବିକାଶ ସହ ଉଚ୍ଚତର ଗବେଷଣା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଷ୍ଟାର୍ଟଅପ୍, ଇନୋଭେସନ୍, ଇନ୍କ୍ୟୁବେସନ୍ ଓ ଉଦ୍ୟମିତା ବିକାଶ ପାଇଁ  ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 

ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସେଣ୍ଟର ଅଫ୍ ଏକ୍ସିଲେନ୍ସର ସ୍ଥାପନ ପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ICT ଲ୍ୟାବ ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କା ଏବଂ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଶିଳ୍ପ ସମ୍ପର୍କ କାର୍ଯ୍ୟକ୍ରମ ଅଧୀନରେ ୨.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା ସେବାରେ ରାଜ୍ୟର ଯୁବକମାନଙ୍କର ଅଂଶଗ୍ରହଣକୁ ବଢ଼ାଇବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଶାରୀରିକ କୁଶଳତା ଏବଂ ଜାତୀୟ ସେବା ଭାବନାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ “Training for Agnipath Preparedness and Self-Transformation (TAPAS)” ନାମରେ ଏକ ନୂତନ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବିତ ହୋଇଛି। ଏହି ପଦକ୍ଷେପ ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା ସେବାରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାକୁ ବିଶେଷ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। TAPAS କାର୍ଯ୍ୟକ୍ରମ  ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଉଚ୍ଚଶିକ୍ଷାରେ ଆଧୁନିକ ପାଠ୍ୟକ୍ରମ ସହ ଭାରତୀୟ ଜ୍ଞାନ ପ୍ରଣାଳୀ (Indian Knowledge System) କୁ ସଂଯୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଆଧୁନିକ ଶିକ୍ଷା ପଦ୍ଧତି ସହିତ ଛାତ୍ରଛାତ୍ରୀମାନେ ଭାରତର ପ୍ରାଚୀନ ଓ ସମୃଦ୍ଧ ସଭ୍ୟତା ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ। ଏଥିପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଏକ ବିଶ୍ୱ ସ୍ତରୀୟ ଉଚ୍ଚଶିକ୍ଷା ପଦ୍ଧତିକୁ ପ୍ରଣୟନ କରିବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ପ୍ରଦାନ କରିବା ପାଇଁ Student & Faculty Exchange Programme ପାଇଁ ୨.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଓଡ଼ିଶାର ୭ ଟି ବ୍ଲକ ଯେଉଁଠାରେ ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନ ନ ଥିଲେ, ସେହି ୭ଟି ବ୍ଲକ ଯଥା - କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣ ପାଟଣା, ନବରଙ୍ଗପୁର ଜିଲ୍ଲାର ଝରିଗାଁ, ରାଇଘର, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ୭ ଟି ନୂତନ ସରକାରୀ ଡ଼ିଗ୍ରୀ କଲେଜ ଖୋଲାଯାଇଛି ଯେଉଁଠାରେ ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ଅଛନ୍ତି।

"ଏକ ସୁଦୃଢ଼ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ପ୍ରଣୟନ କରିବା ପାଇଁ ଆମ ସରକାରଙ୍କ ଲକ୍ଷ୍ୟ ରହିଛି। ଉଚ୍ଚଶିକ୍ଷାରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରଦାନ କରିବା ଠାରୁ ନେଇ ବିଶ୍ୱ ବିଦ୍ୟାଳୟ ସଂଶୋଧନ ଅଧିନିୟମ ମାଧ୍ୟମରେ ବିଶ୍ୱ ବିଦ୍ୟାଳୟକୁ ସ୍ୱାୟତ୍ତତା ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ପ୍ରଦାନ, ମାତୃଭାଷାରେ ଶିକ୍ଷାଦାନ ସହ ସୃଜନଶୀଳତାର ବିକାଶ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। "ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା "- ଉପକୂଳରୁ ନେଇ ଉପାନ୍ତ ପର୍ଯ୍ୟନ୍ତ ଯେପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି", ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା   08-May-2026
  ଜିଲ୍ଲା  
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   08-May-2026
  ଜିଲ୍ଲା  
ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   08-May-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   08-May-2026
  ଜିଲ୍ଲା  
ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ   08-May-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ଲୋଇସିଂହା ଥାନା ଅଭ୍ୟର୍ଥନା ଗୃହରେ ଭରଚୁଆଲ ଜରିଆରେ ଜୁଭେଂଟିକା ସଚେତନତା କାର୍ଯ୍ୟକ୍ରମ   08-May-2026
  ଜିଲ୍ଲା  
*ଜାତୀୟ ପର୍ବତାରୋହଣ ପ୍ରଶିକ୍ଷଣ ଶିବିରରେ ରୌପ୍ୟ ପଦକ ହାସଲ*   08-May-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା   08-May-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ♦️ "ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ"   08-May-2026

You Might Also Like