-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
22-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ସପତ୍ନୀକ ଯୋଗ ଦେଇ 'କାହିଁ କେଉଁ ଯୁଗ ରୁ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ସହିତ ଯୋଡ଼ି ହୋଇଛି ଏ ପଖାଳ l
ଯାହାକି ଜଗତର ନାଥ ଜଗନ୍ନାଥ ଙ୍କ ଅତି ପ୍ରିୟ ଅଟେ ଏ ପଖାଳ ବୋଲି ମତ ରଖି ବୈଜ୍ଞାନିକ ଙ୍କ ମତରେ ଦେହ ଓ ମନ ପାଇଁ ପଖାଳ ଖୁବ୍ ଉପକାରିତା ବୋଲି କହିଥିଲେ l ଏ ସଂସ୍କୃତି ପରମ୍ପରା କୁ ବଞ୍ଚାଇବା ଓ ଲୋକ ଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ର ହୋଟେଲ ରୂପ ପ୍ରୋପାଇଟର ଜୟ କୃଷ୍ଣ ସା ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଗୌର ହରି ଦାଶ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଥିବା ବେଳେ ନିମନ୍ତ୍ରୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲିପ ପାତ୍ର, ସ୍ବାଧିନ ମେହେର, ମନୋରଞ୍ଜନ ତ୍ରିପାଠୀ, ମୃତ୍ୟୁଞ୍ଜୟ ଶତପଥି, ରତନ ପଟ୍ଟନାୟକ, ବିବେକା ନନ୍ଦ ମିଶ୍ର, ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ପୀତାମ୍ବର ମହାପାତ୍ର, ସଞ୍ଜୟ ସାହୁ ପ୍ରମୁଖ ଏହି ଦିବସ ରେ ଯୋଗ ଦେଇ ଆୟୋଜକ ହୋଟେଲ୍ ମାଲିକ ଙ୍କୁ ଉତ୍ସାହିତ କରିଥିଲେ l