-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
କ୍ଷୁଦ୍ର ଜଳସେଚନ ବିଭାଗ ଖଡ଼ିଆଳ ଅଧିନସ୍ଥ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବର୍ତ୍ତନଶିଲ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ବାରା କରଙ୍ଗାମାଲ ମାଝୀପଡା ଠାରୁ କୁଲିଙ୍ଗାମାଲ, ବୋଟୋ ପାଲି ଅଭିମୁଖେ ଯାଇଥିବା ସାଇଡ କେନାଲ ମାଧ୍ୟମରେ ଅନେକ ଚାଷୀ ଗୋଟିଏ ଥର ଚାଷ ପାଇଁ ଆବଶ୍ୟକ ସମୟରେ ପାଣି ପାଉଥିଲେ କିନ୍ତୁ ବର୍ଷ ବର୍ଷ ବିତି ଗଲାଣି ନା ହେଉଛି କେନାଲ ମରାମତି ନା ଚାଷୀ ପାଉଛି ପାଣି । ଚାଷୀଙ୍କ ପ୍ରତି କ୍ଷୁଦ୍ର ଜଳସେଚନ ବିଭାଗର ଏ ଅବହେଳା କାହିଁକି ? କାହିଁକି ମରାମତି କରାଯାଉନାହିଁ କେନାଲ,କାହିଁକି ନେଉଛନ୍ତି ଜଳକର,ବର୍ଷ ବର୍ଷ ଧରି ଖରାପ ହୋଇ ପଡ଼ି ରହିଥିବା ଏହି କେନାଲ ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କାହିଁକି ପଡୁ ନାହି? ଏହି କେନାଲ କୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ନିରୀହ ଚାଷୀଙ୍କ ପାଖରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଏହାର ଉଚିତ୍ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ କରିବାକୁ ଚାଷୀ ଦାବୀ କରୁଛନ୍ତି ।