-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Mar-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା):ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ l ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ l ବନ ବିଭାଗ ସାଜିଛନ୍ତି ନିରବ ଦ୍ରଷ୍ଟା l ଇଟା ବେପାରୀ ବେଫିକରେ କାଟି ଚାଲିଛନ୍ତି ଇଟା l ଲାଲ ଇଟା ଉପରେ ପୂର୍ବ ସରକାର କଟକଣା ଜାରି କରିଥିଲେ ମଧ୍ୟ ନିର୍ଭୟରେ ଇଟା ବେପାରୀ ଇଟା କାଟି ଚାଲିଛନ୍ତି l ମାଲକାନଗିରି ଜିଲ୍ଲା
କାଲିମେଳା ବ୍ଳକ ଅନ୍ତର୍ଗତ ଟିଗଲ, ଲୁଗେଲ, ଫୁଲକାନକୋଣ୍ଡା, ପୁସୁଗୁଡା ଏଭଳି ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ଇଟା ଭାଟି ରେ ଇଟା କାଟି ବିକ୍ରୀ କରାଯାଉଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି ବନବିଭାଗ ଏବଂ ରାଜସ୍ବ ବିଭାଗ ଅଧିକାରୀ l କିଭଳି ନିର୍ଭୟରେ ଇଟାକାଟି ବିକ୍ରି କରିପାରୁଛନ୍ତି ତାକୁନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି lପ୍ରଦୂଷଣ ରୋକିବା ପାଇଁ ସରକାର ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ ଇଟା ବେପାରୀ ଏହାକୁ କିପରି ଅବମାନନା କରୁଥିବା ଦେଖିବା ପାଇଁ ମିଳୁଛି l ମାଲକାନଗିରି ଜିଲ୍ଲା ଏକ ଉତ୍ତପ୍ତ ସହର ହୋଇଥିବା ବେଳେ ଏହି ଇଟା ଭାଟି ଯଗୁଁ ଆହୁରି ତାପମାତ୍ରା ଏବଂ ପ୍ରଦୂଷଣ ବୃଦ୍ଧି
ପାଇବାର ପ୍ରମୁଖ ଭୂମିକା lକେତେକ ସ୍ଥାନରେ ନାମକୁ ମାତ୍ର କିଛି ଫାଇନ କାଟି ଛାଡି ଦିଆ ଯାଉଛି lଏହି ଖବରକୁ ଆମେ ''ପ୍ରେରଣା'' ଖବର କାଗଜ ପ୍ରକାଶିତ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ଆଗକୁ ଦେଖିବା ପାଇଁ ବାକି ରହିଲା ଏହି ଇଟା ବେପାରୀ ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ପ୍ରଶାସନିକ ଅଧିକାରୀ ତାହା ଦେଖିବା ବାକି ରହିଲା l