-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Mar-2026
ଦେଓଗାଁ(ପ୍ରେରଣା ଖବର): ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ହୋଲି ଖେଳ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଆବାସର କାର୍ଯ୍ୟନିର୍ବାହୀ କର୍ମୀ ତଥା ସଂଗୀତ ଗୁରୁ ଶିବପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ହୃଦୟାନନ୍ଦ ଷଡ଼ଙ୍ଗୀ, ଅଧକ୍ଷକ ରମାକାନ୍ତ ସାହୁ ସମ୍ମାନିତ ଅତିଥି ଜଗ ପତି ଦାନୀ, ବିଜୟ ଖମାରି, ବାସୁଦେବ ବେହେରା
ଯୋଗଦାନ କରି ହୋଲି ପର୍ବ ବିଶେଷତା ଏବଂ ପାରସ୍ପରିକ ଭାଇଚାରାର ବିଷୟରେ ଆଲୋଚନା କରି ଥିଲେ। ଆହୁରି ମଧ୍ୟ ଯେଉଁ ବାପା, ମା ଙ୍କ ର ପୁଅ ଝିଅ ନାହାନ୍ତି କିମ୍ବା ଥିଲେ ମଧ୍ୟ ବାପା, ମାଆଙ୍କର ଭରଣ
ପୋଷଣ କରୁ ନାହାନ୍ତି ଏପରି ସ୍ଥଳେ ବୟସ ର ଚତୁର୍ଥାବସ୍ଥା ରେ ଆଶ୍ରମ ଜୀବନ ଜାପନ କରି ଭଗବାନ ନାମ ସଂକୀର୍ତନ କରି ସଂସାରରୁ ଅବସର ନେବା ଶ୍ରେୟସ୍କର ବୋଲି ଅତିଥି ଗଣ ମତ ପୋଷଣ କରିଥିଲେ।ଚତୁର୍ଭୁଜ ଭୋଇ, ସଂଜୁ ବିଶ୍ୱାଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |