-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି

04-Mar-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରର ମଧ୍ୟ ଭାଗରେ ଥିବା ରାଜାରାଜୁଡା ଅମଳର ପୂରାତନ ଜଳାଶୟ ରାଣୀ ବନ୍ଧର ସୁରକ୍ଷା, ପୁନଃରୁଦ୍ଧାର ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବଲାଙ୍ଗୀର ମୁନସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୩, ୧୪, ୧୫ ଓ ୧୬ର ଅଧିବାସୀ ଓ ସଚେତନ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଟିକ୍ରାପଡା ରାମମନ୍ଦିିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧର ପୁନଃରୁଦ୍ଧାର ପାଇଁ ସରକାରଙ୍କ ତରଫରୁ  ପୁଣି ଆସିଥିବା ୩୫ଲକ୍ଷ ଟଙ୍କାର ଅନୁଦାନର କିପରି ସଠିକ ବିନିଯୋଗ ହୋଇପାରିବ ସେ ନେଇ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ରାଣୀ ବନ୍ଧ ସୁରକ୍ଷା କମିଟିର ଆବାହକ ତଥା ବଲାଙ୍ଗୀର ମୁନିସିପାଲିଟିର ପୂର୍ବତନ ଚ୍ୟାରମେନ୍ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁିଷ୍ଠିତ ଏହି ବୈଠକରେ ରାଣୀବନ୍ଧ ତାର ପୂର୍ବ ସୌନ୍ଦର୍ଯ୍ୟ କିପରି ଫେରିପାଇବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଏକଦା ଏହି ଜଳାଶୟର ପାଣିକୁ ଲୋକେ ପାନୀୟ ଜଳ ଭାବରେ ବ୍ୟବହାର କରୁଥିଲେ । ବଲାଙ୍ଗୀର ସହରର ୧୬ଟି ଜଳାଶୟର ପାଣି ପରଷ୍ପର ସହିତ ସଂଯୋଗୀକରଣ ଥିବା ଯୋଗୁଁ ଜଳାଶୟ ଗୁଡିକର ପାଣି ବର୍ଷ ତମାମ ନିର୍ମଳ ରହୁଥିଲା । ଏବେ ଜନସଂଖ୍ୟା ବୃଦ୍ଧି ସହ କ୍ରମାଗତ ଭାବରେ ଜବରଦଖଲ ଓ ସ୍ଥାନୀୟ ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଏହି ବନ୍ଧର ପାଣି ପ୍ରଦୂଷିତ ହେବାରେ ଲାଗିଛି । ପାଖରେ ଦୈନିକ ବଜାର ରହିଥିବାରୁ ଲୋକଙ୍କ ଭିଡ ଓ ପନିପାରିବାର ମଇଳା ଅବର୍ଜନା ଏହି ବନ୍ଧକୁ ପ୍ରଦୂଷିତ କରିଦେଇଛି । ପୂର୍ବରୁ ମଧ୍ୟ ରାଣୀ ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷାଧିକ ଟଙ୍କାର ଅନୁଦାନ ଆସିଛି କିନ୍ତୁ ସଂପୃକ୍ତ ଠିକାଦାର  ଏବଂ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଟଙ୍କା ବାଟମାରଣା ହେବା ସହ ଅତି ନିମ୍ନମାନର କାମ ହୋଇଥିବା ବୈଠକରେ ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମନର ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଅନୁଦାନ ଯେପରି ବାଟମାରଣା ନହୋଇ ବନ୍ଧର ପୁନଃରୁଦ୍ଧର ପାଇଁ ଖର୍ଚ୍ଚ ହେବ ସେ ନେଇ ଅଣ୍ଟା ଭିଡିଛି ରାଣୀ ବନ୍ଧ ସୁରକ୍ଷା କମିଟି । ରାଣୀ ବନ୍ଧର ସୁରକ୍ଷା ପାଇଁ ଦରକାର ପଡିଲେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । ଏଥିସହ ଆନ୍ଦୋଳନକୁ ବ୍ୟାପକ କରାଯାଇ ମୁନିସିପାଲିଟି ଘେରାଓ ମଧ୍ୟ କରାଯିବ ବୋଲି ରାଣୀ ବନ୍ଧର ସୁରକ୍ଷା କମିଟିି ଚେତାବନୀ ଦେଇଛି । ସୁରକ୍ଷା କମିଟି ତରଫରୁ ଅନୁଷ୍ଠିତ ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ମନୋରଂଜନ ସାହୁ, ଶିବ ରଥ, ନୀଳମଣି ମିଶ୍ର, ଗୋପବନ୍ଧୁ ପୁରୋହିତ, ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ଆଇନଜୀବୀ ଭବାନୀ ଶଙ୍କର ଶତପଥୀ, ବିଜେଡି ନେତା ବିଧୂଭୂଷଣ ତ୍ରିପାଠୀ, ସମାଜସେବୀ ଭଗବାନ ବଗର୍ତ୍ତୀ, ନାଗରିକ କମିଟିର ସଂପାଦକ ମଧୂସୂଦନ ନାୟକ,ପ୍ରକାଶ ନେପାକ ଓ ଅନ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like