-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
04-Mar-2026
ବରୀ, (ରଂଜିତ ମହାନ୍ତି )
ଯାଜପୁର ଜିଲା ବରୀ ବ୍ଲକ ସ୍ବାଇଁଖଣ୍ଡ ପଞ୍ଚାୟତ ଯଅଁପଡ଼ା ଗ୍ରାମର ହିରଣ୍ୟ ବେଉରିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।ସୂଚନାଯୋଗ୍ୟ, ରଙ୍ଗ ଖେଳ ପରେ ସାଙ୍ଗମାନଙ୍କ ସହ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ବୁଡ଼ିଯାଇଥିଲେ। ସେଠାରେ ଥିବା ସାଙ୍ଗମାନେ ଖୋଜାଖୋଜି କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ବିଳମ୍ବ ହେବାରୁ ଗ୍ରାମବାସୀ ହିରଣ୍ୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।