-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
21-Feb-2026
ଯାଜପୁର (ପ୍ରେରଣା ଖବର ): ତାଳଚେର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟା ରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସାମ୍ବାଦିକ ସାନ୍ତନୁ କୁମାର ଭୁକ୍ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହାର ପ୍ରତିବାଦରେ ଏସୟୁଜେ ଓଡ଼ିଶା ର ଆହ୍ୱାନ କ୍ରମେ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଆକ୍ରମଣକାରୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ଦାବି ନେଇ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଜାତୀୟ ସାମ୍ବାଦିକ ୟୁନିୟନର ସାଂଗଠନିକ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ, ଯାଜପୁର ଜିଲ୍ଲା ଶାଖା ସଭାପତି ସୁବାଷ ଧଳ, ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶେଖ୍ ମନିରୁଦ୍ଦିନ ଙ୍କ ସମେତ ଜିଲ୍ଲା ଶାଖା ର ବରିଷ୍ଠ କର୍ମକର୍ତ୍ତା ଓ ସଭ୍ୟ ମାନେ ଏସପି ୟସପ୍ରତାପ ଶ୍ରୀମାଲ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଆଜି ଶନିବାର ଓ ଆସନ୍ତା ସୋମବାର ଦିନ ଡିଜିପିଙ୍କ ଉଦେଶ୍ୟରେ ଅନୁରୂପ ଭାବେ ଦାବିପତ୍ର ପ୍ରଦାନ କରାଯିବ।