-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||     

HOME   ଜିଲ୍ଲା

ସ୍ୱପ୍ନ ହୋଇରହିଲା କୃଷିବିଶ୍ୱବିଦ୍ୟାଳୟ ଓ ଆୟୁଷ ବିଶ୍ୱବିଦ୍ୟାଳୟ ସ୍ଥାପନ

21-Feb-2026



ବଲାଙ୍ଗିର(ପ୍ରେରଣା ଖବର): ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟର ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲାରେ ଏକ ସରକାରୀ ଇଞ୍ଜିନୟରିଂ କଲେଜ ଓ ଏକ କୃଷିମହାବିଦ୍ୟାଳୟ ସ୍ଥାପନ ସହ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନ କରିବାକୁ ଘୋଷଣା କରାଯାଇଛି । ଶାସକ ବିଜେପିଦଳ ଏହାକୁ ନେଇ ଉତଫୁଲ୍ଲିତ ହୋଇପଡିଥିବା ବେଳେ କିନ୍ତୁ ଜନସାଧାରଣରେ ସେତେଟା ଉତ୍ସାହ ଦେଖାଯାଉନାହିଁ । ବଲାଙ୍ଗୀର ହେଉଛି ଏକ ପୁରୁଣା ଜିଲ୍ଲା ଓ ଜିଲ୍ଲାରେ ବରିଷ୍ଠ ନେତୃବୃନ୍ଦ ଥାଉଥାଉ ଏବେ ସାମାନ୍ୟ ଦୁଇଟି ଅନୁଷ୍ଠାନ ଦେଇ ଭୁତାଇଦେଇଥିବା ଆଲୋଚନାର ବିଷୟ ହୋଇଛି । ବଲାଙ୍ଗୀର ଜିଲ୍ଲାବାସୀ ପୂର୍ବରୁ ଅନେକବର୍ଷ ହେଲା ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ଓ ଆୟୁଷ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରି  ଆସୁଛନ୍ତି । କିନ୍ତୁ ସେଥିରେ ବଲାଙ୍ଗୀରବାସୀଙ୍କୁ ନୀରାଶ ହେବାକୁ ପଡିଛି । ଏବେ ଇଞ୍ଜିନିୟରିଂ କଲେଜର ଚାହିଦା କମୁଥିବା ବେଳେ ଏଭଳି ଏକ ଅନୁଷ୍ଠାନ ଦେଇ ବଲାଙ୍ଗୀରବାସୀଙ୍କୁ ଲଲିପପ ଧରାଇ ଦିଆଯାଇଛି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି । ବଲାଙ୍ଗୀରରେ ପୂର୍ବରୁ ଏକ ସରକାରୀ ଆଇଟିଆଇ,ପଲିଟେକ୍ନୀକ ଡିପ୍ଲୋମା କଲେଜ ଥିବା ବେଳେ ଏବେ ଏକ ଇଞ୍ଜିନିୟରିଂ କଲେଜ ଦିଆଯାଇଛି । ପଲିଟେକ୍ନିକ କଲେଜକୁ ଡିଗ୍ରୀ ଇଞ୍ଜିନିୟରିଂ କରାଯିବ ବୋଲି କୁହାଯାଉଛି । ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହା ବଲାଙ୍ଗୀରକୁ ଉନ୍ନତ କରିବ ବୋଲି ଶାସକଦଳ ସୋସିଅଅଲ ମିଡିଆରେ ଆଲୋଚନା କରୁଛନ୍ତି । କିନ୍ତୁ ସେପଟେ ରାଜ୍ୟରେ ଇଞ୍ଜିନିୟରିଂ କଲେଜମାନଙ୍କରେ ଛାତ୍ରଛାତ୍ରୀ ଅଭାବରୁ ସିଟ ଖାଲି ପଡୁଛି । ଛାତ୍ରଛାତ୍ରୀଙ୍କ ଜବପ୍ଲେସମେଣ୍ଟ ଅଭାବରୁ ସେମାନେ ଇଞ୍ଜିନିୟରିଂ ପାଠ ପ୍ରତି ବିମୁଖ ରହୁଛନ୍ତି । ତେଣୁ ଏବେ ଇଞ୍ଜିନିୟରିଂ କଲେଜ ଯେ,କେତେ ସଫଳ ହେବ ତାହା ସମୟ କହିବ ବୋଲି କିଛି ଲୋକ ଆଲୋଚନା କରୁଛନ୍ତି । ସେପଟେ ଗତ ୨୦୧୫ ମସିହାରୁ ବଲାଙ୍ଗୀର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ହୋଇ ଆସୁଥିବା ବେଳେ ଏବେ ସରକାର କେବଳ ଏକ କୃଷିମହାବିଦ୍ୟାଳୟ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ମାଗିଥିବା ବେଳେ ମହାବିଦ୍ୟାଳୟ ଦିଆଯାଇଛି । ଏହାକୁ ନେଇ ବଲାଙ୍ଗୀରବାସୀଙ୍କ ମନରେ ନୀରାଶା ଦେଖାଦେଇଛି । ବଲାଙ୍ଗୀରରେ ରାଜୁଡା ଅମଳରୁ କୃଷିଗବେଷଣାକେନ୍ଦ୍ର ଥିବା ସତ୍ୱେ ସରକାରମାନେ ବଲାଙ୍ଗୀର ଜିଲ୍ଲାକୁ ଗୁରୁତ୍ୱ ଦେଇନାହାଁନ୍ତି । ଏବେ ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଆସିନାହିଁ । ଠିକ ସେହିପରି ଗତ ୫୦ବର୍ହ ହେଲା ବଲାଙ୍ଗୀରରେ ଏକ ଆୟୁର୍ବେଦ ମହାବିଦ୍ୟାଳୟ ଚାଲୁରହିଛି । ହଜାର ହଜାର ଆୟୁର୍ବେଦଚିକିତ୍ସକ ବାହାର କରି ରାଜ୍ୟ ତଥା ରାଜ୍ୟ ବାହାରେ ନାମକରା ଡାକ୍ତର ନିଯୁକ୍ତ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ପାହାଡ ପର୍ବତରେ ଔଷଧିୟ ବୃକ୍ଷଲତା,ଗୁଲ୍ମ ରହିଛି । ଏହାର ଗବେଷଣା ତଥା ଉଚ୍ଚଶିକ୍ଷା ପାଇଁ ବଲାଙ୍ଗୀରରେ ଏକ ଆୟୁଷ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇ ଆସୁଛି । ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣଜୟନ୍ତି ଅବସରରେ  ଏଠାରେ  ଏକ ଆୟୁଷ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ମଧ୍ୟ ହେଲା ନାହିଁ । ସେପଟେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୁବର୍ଣ୍ଣପୁରରେ ଆବଶ୍ୟକ ଭିତ୍ତିଭୂମୀ ରହିଥିବାରୁ ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନ ଘୋଷଣାକୁ ଜନସାଧାରଣ ସ୍ୱାଗତ କରିଛନ୍ତି । ଏହି ତିନୋଟି ପ୍ରକଲ୍ପ ନିଶ୍ଚୟ ଏହି ଅଞ୍ଚଳର ଅର୍ଥନୈତିକ ଉନ୍ନତିରେ ସହାୟକ ହେବ ବୋଲି ଆକଳନ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026

You Might Also Like