-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ସୋନପୁର ପକ୍ଷରୁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସେଣ୍ଡ ଜାଭିଆର ବିଦ୍ୟାଳୟ, ଶରଧାପାଲି ଠାରେ ଜାତୀୟ କୃମି ନାଶକ ଦିବସ ପାଳିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଉଷାରାଣି ଦାଶ ଙ୍କ କରକୋମଳରେ ଜାତୀୟ କୃମି ନାଶକ ଦିବସ ର ଶୁଭାରମ୍ଭ କରାଯଇଥିଲା l ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନାଇକେନପାଲି ଡ଼ା ପୂଜାଶ୍ରୀ ମିଶ୍ର, ADPHEO ବୃନ୍ଦାବନ ସାହୁ ଓ ବିଦ୍ୟାଳୟ ର ନିର୍ଦେଶକ ଡ଼ ଅରୁଣ କୁମାର ରଥ ଙ୍କ ତତ୍ୱାବଧାନ ରେ ପରିଚାଳନା କରାଯାଇଥିଲା
ଏହି ଦିବସ ରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ର ADPHO (DC) ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, DPM ରୂପକ କୁମାର ମହାପାତ୍ର, AMCP ତରଣୀସେନ ପ୍ରଧାନ, ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ସରୋଜ କୁମାର ପଟେଲ, ସ୍ୱାସ୍ଥ୍ୟ ପରିଦର୍ଶକ ସିମାଞ୍ଚଳ ଦାଶ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁସ୍ମିତା ସୁନା, ଶୁଭଲଷ୍ମୀ ବାଘ, ଦୀପଞ୍ଜଳି ଭୋଇ, ଆଶା ଦିଦି ଓ ଆଗନୱାଡି ଦିଦି ମାନେ ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କୁ କୃମି ନାଶକ ବଟିକା ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖୁଆଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଳଇବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁପ୍ତେଶ୍ୱର ସାହୁ, ଶିକ୍ଷକ ଜୟନ୍ତ କୁମାର ସାହୁ, ସମୀର କୁମାର ଷଡ଼ଙ୍ଗୀ, ସୁରେନ୍ଦ୍ର ମଲ୍ଲିକ, ପୁର୍ଣିମା ପାଣିଗ୍ରାହୀ ସହଯୋଗ କରିଥିଲେ।