-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
20-Feb-2026
ନୂଆପଡ଼ା (ରାମନାଥ ପଣ୍ଡା )
ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ସୁଭଦ୍ରା ଶକ୍ତି ବ୍ଲକ ସ୍ତରୀୟ ଏସ ଏଚ୍ ଜି ଋଣ ମେଳା ଏଲ ଡି ଏମ ନୂଆପଡ଼ା ହରିଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ବୋଡ଼େନ ବ୍ଲକ ମିଶନ ଶକ୍ତି ଭବନ ନିକଟସ୍ଥ ବଜାର ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଅତିଥି ରୂପେ ପୂର୍ବତନ ଏଲ ଡି ଏମ ସୀତାରାମ ମେହେର,ବି ଏମ ଏସ ବି ଆଇ ବୋଡ଼େନ ସହରାଇ କୁଜୁର,ବି ଏମ କର୍ଲାକୋଟ ଚିନ୍ମୟ ଦୁବେ,ବି ଏମ ଓ ଜି ବି କରଙ୍ଗାମାଲ ସୌଭାଗ୍ୟ ବିଶ୍ଵାଳ,ବି ଏମ ଓ ଜି ବି ଖଇରା ପ୍ରଣୟ ନାୟକ,ସି ଡି ପି ଓ ଅର୍ଚ୍ଚନା ରାଉତ,ବି ପି ସି ଏମ ଏସ ବିଜୟ ଭିତ୍ରିଆ,ବି ପି ଏମ ସୁନିତା ସୁନା ପ୍ରମୁଖ ମଞ୍ଚାସିନ ଥିଲେ ।ମହିଳାମାନେ ବ୍ୟାଙ୍କ୍ ଋଣ ସହାୟତାରେ ବିଭିନ୍ନ ପ୍ରକାର ବ୍ୟବସାୟ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବା,ସ୍ବାବଲମ୍ବୀ ହେବା,ଦାଦନ ନ ଯିବା ଏବଂ ନିଜ ଅଞ୍ଚଳରେ ନିଜେ ରହି ଅର୍ଥ ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବା,ମୁଖ୍ୟତଃ ପରିବାରର ଆର୍ଥିକ, ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଇତ୍ୟାଦି ଦିଗରେ ତଥା ଅନେକ କଥାକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ ମାଧ୍ୟମରେ ଏସ ଏଚ ଜି ମାନଙ୍କୁ ଏହି ଋଣ ସୁବିଧା ଯୋଗାଇ ଦେବାକୁ ସରକାର ଆଗେଇଛନ୍ତି ବୋଲି ସମସ୍ତ ଅଧିକାରୀ ପ୍ରକାଶ କରିଥିଲେ।ବି ପି ସି ବିଜୟ ଭିତ୍ରିଆ ମଞ୍ଚ ପରିଚାଳନା କରିଥିଲେ ।ଆଜି ଓ ଜି ବି କରଙ୍ଗାମାଲ ମାଧ୍ୟମରେ ୨୪ ଟି ଏସ ଏଚ୍ ଜି ଙ୍କୁ ୧ କୋଟି ୪୧ ଲକ୍ଷ ଟଙ୍କା,ଏସ ବି ଆଇ ବୋଡ଼େନ ମାଧ୍ୟମରେ ୨୦ ଟି ଏସ ଏଚ୍ ଜି ଙ୍କୁ ୧ କୋଟି,ଏସ ବି ଆଇ କର୍ଲ୍ଲାକୋଟ ମାଧ୍ୟମରେ ୨୦ ଟି ଏସ ଏଚ୍ ଜି ଙ୍କୁ ୯୦ ଲକ୍ଷ ଓ ଓ ଜି ବି ଖଇରା ମାଧ୍ୟମରେ ୧୩ ଟି ଏସ ଏଚ ଜି ଙ୍କୁ ୬୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଋଣ ମେଳା ସହାୟତାରେ ବୋଡ଼େନ ବ୍ଲକର ସମୁଦାୟ ୭୭ ଟି ଏସ ଏଚ୍ ଜି ଙ୍କୁ ୩ କୋଟି ୯୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ସି ଏଫ୍ ଏଲ ନୂଆପଡ଼ା ସଂଯୋଜକ ନରେଶ ଜଗତ, ଏ ଏଲ ଓ ଆନନ୍ଦ ବେହେରା,ଏଫ୍ ଓ ଏସ ଶୁଭେନ୍ଦୁ ଯୋଶୀ, ଓଜିବି କରଙ୍ଗାମାଲ ବ୍ୟାଙ୍କ୍ ମିତ୍ର ସବିତା ବାଗ,ବ୍ୟାଙ୍କ୍ ମିତ୍ର ଶ୍ରଦ୍ଧାଞ୍ଜଳି ବେହେରା,ବ୍ୟାଙ୍କ୍ ମିତ୍ର ଅଞ୍ଜଳି ଦଣ୍ଡସେନା, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା,ସୁଭଦ୍ରା ଶକ୍ତି ମହିଳାଙ୍କ ସମେତ ସମସ୍ତ ଏମ ବି କେ,ସି ଆର୍ ପି ,ଇସି ମେମ୍ବର,ଉଭୟ ବି ଏଲ ଏଫ୍ ଓ ଜି ପି ଏଲ ଏଫ୍ କର୍ମୀ ଉପସ୍ଥିତ ଥିଲେ । ପାଖା ପାଖି ୪ କୋଟି ଟଙ୍କା ଋଣ ପ୍ରଦାନ କରି ସ୍ଵଂୟ ସହାୟିକା ଗୋଷ୍ଠୀର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ସମସ୍ତ ଅଧିକାରୀ ।