-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
19-Feb-2026
ବଲାଙ୍ଗୀର / ପୁଇଁନ୍ତଲା(ପ୍ରେରଣା ଖବର): ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ପୁଇନ୍ତଲା ବ୍ଲକ ର ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲ ର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ କରାଯାଇ ଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଛାତ୍ର ଛାତ୍ରୀ ଆଗାମୀ ପିଢ଼ିର ଦାୟାଦ ତେଣୁ ବାପା ମା ଓ ଗୁରୁଜୀ ଗୁରୁମା ମିଶି ଦେଶର ଏକ ସୁନାଗରିକ ଟିଏ ଗଢିବାରେ ଏଇ ବିଦ୍ୟାମନ୍ଦିର ଏକ ମାଧ୍ୟମ ତେଣୁ ସମସ୍ତେ ମିଶି ଏଇ ମଣିଷ ତିଆରି କାରଖାନାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ନୀଳମଣି ପଟେଲ, ବି. ଇ. ଓ. ବଲାଙ୍ଗୀର ଯୋଗ ଦେଇ ଅଭିଭାବକ ଅଭିଭାବିକା ବର୍ତ୍ତମାନର ଶିକ୍ଷା ପଦ୍ଧତି କୁ ଆପଣେଇ ଶିକ୍ଷକଙ୍କ ସହ ସମନ୍ଵୟ ରଖି,ଛାତ୍ର ଛାତ୍ରୀ ଙ୍କ ପାଠ କୁ ଗୁରୁତ୍ୱ ଦେଇ,ମୋବାଇଲ ଠାରୁ ଦୂରରେ ରଖି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବାକୁ ପ୍ରବର୍ତ୍ତାଇ ଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ସ୍ଥାନୀୟ ସମିତି ସଭ୍ୟା ଯଶୋବନ୍ତୀ ସେଠ , ଅବସର ପ୍ରାପ୍ତ ସେନା ସମାଜ ସେବୀ ମାନସିଂ ସେଟ, ପାଟଣାଗଡ଼ ର ଆଇନଜୀବୀ ରାଧେଶ୍ୟାମ ମିଶ୍ର । ପ୍ରଧାନ ଆଚାର୍ଯ୍ୟ ଭକ୍ତରାମ ପଟେଲ ବିବରଣୀ ପାଠ କରିଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ସୀୟା ସ୍ନିଗ୍ଧା ନାଏକ ସର୍ବୋଚ୍ଚ ନମ୍ବର ରଖି ସୁନାମ ଆଣିଥିବାରୁ ଓ ତୃତୀୟ ବୃତ୍ତି ପରୀକ୍ଷାରେ ଶ୍ରୀ ୟାଂଶୁ ନାଏକ ଓ ପ୍ରହଲ୍ଲାଦ ବିଶ୍ଵାଲ ଙ୍କୁ ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଦ୍ୟାଳୟର ହିତାକାଙ୍କ୍ଷୀ ପୁର୍ବତନ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଓ ବର୍ତ୍ତମାନର ଗୁରୁଜୀ ଗୁରୁମାଙ୍କୁ ସଭାରେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାତ୍ର ୩୭ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ୨୦୧୦ ମସିହାରେ ଗଢ଼ିଉଠିଥିବା ଶିଶୁ ମନ୍ଦିର ଆଜି ଅଷ୍ଟମ ଶ୍ରେଣୀ ଯାଏ ୨୩୭ ଜଣ ଶିକ୍ଷା ପାଉଛନ୍ତି, ପ୍ରଥମେ ଶିକ୍ଷକ ରାମକୃଷ୍ଣ ଧରୁଆଙ୍କ ଘରେ ଶିକ୍ଷା ଆରମ୍ଭ ହୋଇ ଆଜି ବିଦ୍ୟାଳୟ କଳେବର ବୃଦ୍ଧି ପାଇଥିବାରୁ ଶ୍ରୀ ଧରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟାରେ ସଙ୍ଗୀତ ଓ ନୃତ୍ୟ ଆସର କରାଯାଇ ଉତ୍ସବକୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା । ସଭା ପରିଚାଳନା କରିଥିଲେ ଗୁରୁମା ପ୍ରେମିକା ପଟେଲ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଦମନ ବଗର୍ତ୍ତୀ ।