-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||     

HOME   ଜିଲ୍ଲା

ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ♦️ ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ସଂକୀର୍ଣ୍ଣ ମନୋଭାବ ଦୂର କରି ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ

18-Feb-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜାତି ସମାଜର ମୁଖିଆ ଓ ମାନଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତରେ ବିଭିନ୍ନ ଜାତି ଓ ବିଚାରର ଲୋକ ବାସ କରୁଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକତା, ଭାଇଚାରା ଓ ଆତ୍ମୀୟତା ରହିଲେ ଏକ ଅଖଣ୍ଡ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସହ କାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଯୋଗ ଦେଇ ବିଭିନ୍ନ ଜାତି ସମାଜରୁ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଭାରତରେ ହିନ୍ଦୁତ୍ୱ ବଂଚିବା ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆମେ ବିଭିନ୍ନ ଜାତି ଓ ବିଚାରର ଲୋକ ନିଜର ସଂକୀର୍ଣ୍ଣ ମନୋଭାବକୁ ତ୍ୟାଗ କରି ଏକ ପରିବାର ସଦୃଶ ରହି ମିଶି କରି ଚାଲିବାକୁ ପଡିବ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ ।ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ ବୋଲି ଶ୍ରୀ ରାମଦତ୍ତ ଚକ୍ରଧର ପରାମର୍ଶ ଦେଇଥିଲେ। ହିନ୍ଦୁ କୌଣସି ଉପାସନା ନୁହେଁ, ଏହା ଏକ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ଜୀବନଦୃଷ୍ଟି ବୋଲି ଶ୍ରୀ ରାମଦତ୍ତ ନିଜ ଵକ୍ତାବ୍ୟରେ ବୁଝାଇ ଥିଲେ।  ବିଭିନ୍ନ ଜାତିସମାଜ ବିଭିନ୍ନ ପ୍ରଥା ଓ ଚାଲିଚଳନ ଉପରେ ବିଶ୍ୱାସ କରୁଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ, ଏପରି ମନୋଭାବ ପୋଷଣ କରି ଜଣେ ନାଗରିକ ଭାବରେ ଦେଶର ଏକତା ଓ ଅଖଣ୍ଡତା କୁ ଆମକୁ ବଜାୟ ରଖିବାକୁ ପଡିବ।  ସାମାଜିକ ସଦଭାବନା ସଂଯୋଜକ ଦିଲୀପ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି

ବୈଠକରେ  ପଶ୍ଚିମ ଓଡ଼ିଶା ପ୍ରାନ୍ତ ସଂଯୋଜକ ସନ୍ତୋଷ କୁମାର କର ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜ, କ୍ଷେତ୍ରୀୟ ସମାଜ, ଅଘରିଆ ସମାଜ, ତୈଲିକ ବୈଷ୍ୟ ସମାଜ, ଗୁଡ଼ିଆ ସମାଜ, କୁଲତା ସମାଜ, ଶୁଣ୍ଢୀ ସମାଜ, ରାଜକ ସମାଜ, ଜିଲ୍ଲା ମାରୱାଡି ସମାଜ, କୈବର୍ତ୍ତ ସମାଜ, ପଣ୍ଡରା ସମାଜ, ଭୁଲିଆ ସମାଜ, ଲକ୍ଷେ ଘର ଗଣ୍ଡା ସମାଜ ଓ ସିନ୍ଧି ସମାଜର ସକ୍ରିୟ ସଭ୍ୟ ଓ କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗଗ୍ରହଣ କରିଥିଲେ। ଏହି ସଦଭାବନା ବୈଠକରେ ଜିଲ୍ଲାର ଅନ୍ୟୁନ୍ୟ ୩୫ ଟି ଜାତି ସମାଜର କର୍ମକର୍ତ୍ତା ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026

You Might Also Like