-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
18-Feb-2026
(ପ୍ରେରଣା ଖବର )
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ରସିକ ଥପା ଥିବା ବୃଦ୍ଧ ବ୍ୟକ୍ତି ଦିର୍ଘ ପାଞ୍ଚ ବର୍ଷ ହେବ ତାଙ୍କ ପତ୍ନୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ । ବୃଦ୍ଧ ବ୍ୟକ୍ତି ଅସହାୟ ହୋଇ ନିଜେ ରୋଷେଇ କରି ରହୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ର ଆଗଲପୁର ବ୍ଲକ ଭରସୂଜା ର ସଚିନ କୁମାର ସାହୁ ଆଜି ଅପରାହ୍ନ ରେ ଅସହାୟ ବୃଦ୍ଧ ବ୍ୟକ୍ତି ଙ୍କୁ ତାଙ୍କ ଗ୍ରାମ କୁ ଯାଇ ବିଶେଷ ସହଯୋଗ କରିଥିଲେ ତା ସହିତ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ ତାଙ୍କ ସହିତ ଆକାଶ ବାରିକ ଉପସ୍ଥିତ ଥିଲେ। ତାଙ୍କ ସେବା ପାଇଁ ସେ ବିଭିନ୍ନ ମହଲରୁ ପ୍ରଶଂସା ପାତ୍ର ହୋଇପାରିଛନ୍ତି । ସେ କହିଛନ୍ତି ଯେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ତାଙ୍କର ନିଶା ସେ ଯେକୌଣସି ଗ୍ରାମ ରୁ ଅସହାୟ ବ୍ୟକ୍ତି ଙ୍କ ଖବର ପାଇଲେ କି ସହାୟତା ର ହାତ ବଢ଼େଇବା ପାଇଁ ପହଞ୍ଚି ଯାନ୍ତି ।