-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
17-Feb-2026
ସିନାପାଲି (ଚିନ୍ତାମଣି ନେତାମ): କେନ୍ଦୁମୁଣ୍ଡା ପଂଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କେନ୍ଦୁମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି।
ସିଆରସିସି ଶ୍ରୀଯୁକ୍ତ ମହେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଏବିଇଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଭରୁଆ ମୁଣ୍ଡା ସିଆରସିସି ଶ୍ରୀଯୁକ୍ତ ରାଧେଶ୍ୟାମ ସୁନାନୀ ଏବଂ କେନ୍ଦୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ନାଏକ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ଖରସେଲ, ଶରତ ଚନ୍ଦ୍ର ନାଏକ, ତୁଳସୀ ରାମ ନାଏକ, ଶୁଭେନ୍ଦୁ ନାଏକ, ଚିତ୍ରସେନ ନାଏକ, କିଶୋର କୁମାର ଜଗତ, ପୂର୍ଣ୍ଣ ଚନ୍ଦ୍ର ସହାଣ୍ଡ, ପ୍ରଭାସିନୀ ବେହେରା, ନିବେଦିତା ପଣ୍ଡା, ତୁଲାରାମ ନାଗ, ସଞ୍ଜୟ ରାଉତ ସହିତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।
ମେଳାରେ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀମାନେ ଛାତ୍ରଛାତ୍ରୀଙ୍କ ପାଠଦ୍ୟୟନକୁ ସରଳ ଓ ଆକର୍ଷଣୀୟ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅଂଶଗ୍ରହଣକାରୀ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ବିଦିତ ନାରାୟଣ ସିପକା ଧନ୍ୟବାଦ ଅର୍ପଣକରିଥିଲେ l