-+91-9937148622 |

prerana_bgr@rediffmail.com |

  Friday 28th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||     

HOME   ରାଜ୍ୟ

ବଜେଟରେ ଚାଷୀ- ଆଦିବାସୀ- ଯୁବକ- ଦାଦନ ଶ୍ରମିକ ବିକାଶ ପାଇଁ କିଛି ନାହିଁ♦️ଓଡିଶା ର ଶିକ୍ଷା- ସ୍ୱାସ୍ଥ୍ୟ- ପର୍ଯ୍ୟଟନ ଶିଳ୍ପ - ରେଲୱେ ସମୁଦ୍ରକୁ ଶଙ୍ଖେ.. ନିରଞ୍ଜନ.

10-Feb-2026



ଆଦିବାସୀ-ଯୁବକ-ଦାଦନ ଶ୍ରମିକ ବିକାଶ ପାଇଁ କିଛି ନାହିଁ

ଦିଲ୍ଲୀ(ପ୍ରେରଣା ଖବର) କେନ୍ଦ୍ରୀୟ ବଜେଟ ୨0୨୬-୨0୨୭  ଆଲୋଚନା ରେ ଅଂଶଗ୍ରହଣ କରି ବିଜେଡି ରାଜ୍ୟସଭା ସାଂସଦ କେନ୍ଦ୍ର ସରକାରଙ୍କ ବଜେଟକୁ କଡ଼ା ସମାଲୋଚନା କରି କହିଲେ ଯେ କେନ୍ଦ୍ରୀୟ ବଜେଟ ରେ ଓଡିଶା ର ବିକାଶ ପାଇଁ କିଛି ନାହିଁ l ଚାଷୀ ଓ ଚାଷ ର ବିକାଶ ପାଇଁ, ଧାନ ର ଏମ ଏସ ପି  କ୍ଯୁଇଣ୍ଟାଲ ପିଛା ୩୧୦୦ରୁ ୬୨୦୦ ଟଙ୍କା ବଢେଇବା ବ୍ୟବସ୍ଥା ନାହିଁ l ଦାଦନ ଶ୍ରମିକ ସମସ୍ୟା ସମାଧାନ ପାଇଁ ବଜେଟ ନାହିଁ l ପଶ୍ଚିମ ଓଡିଶା ଏବଂ କେବିକେ ଅଞ୍ଚଳ, ଗ୍ରାମାଞ୍ଚଳ ର ବିକାଶ ପାଇଁ ବଜେଟ ସୁବିଧା ନାହିଁ l ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା ମରୁଡ଼ି ଓଡିଶା କୁ ଧ୍ୱସ୍ତ ଵିଧ୍ଵସ୍ଥ କରୁଛି l ସେଥିପାଇଁ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକ ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ଦେବା ପାଇଁ ଲଢ଼େଇ କରିଆସୁଛନ୍ତି l ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶା ର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଞ୍ଜୁରୀ ପାଇଁ ଦାବୀ କରିଆସୁଛନ୍ତି l ତାସତ୍ୱେ ବଜେଟ ରେ ଓଡିଶା କୁ ଅତିରିକ୍ତ ପାଣ୍ଠି ଦିଆଯାଇନାହିଁ l   ସାଂସଦ ଶ୍ରୀ ବିଶି କହିଲେ ଯେ ବଜେଟ ରେ ଶିକ୍ଷା ପାଇଁ ୧. ୩୯ ଲକ୍ଷ କୋଟି ବଜେଟ ବ୍ୟବସ୍ଥା ଯାହାକି ମୋଟ ବଜେଟ ର ମାତ୍ର ୨ ପ୍ରତିଶତ l  ଭାରତ ରେ୨୦୧୪-୨୦୨୪ ମଧ୍ୟରେ  ୯୩ ହଜାର ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି l ଓଡିଶା ରେ ୨୦୨୪ ରୁ ୨୦୨୫ମଧ୍ୟରେ ୭୦୬୮ ଟି ସରକାରୀ ସ୍କୁଲ ବନ୍ଦ କରା ଯାଇଛି l ଏସବୁ ସ୍କୁଲ ଗୁଡିକ ଆଦିବାସୀ ଅଞ୍ଚଳ, ଆଦିବାସୀ ଗାଁ, ଆଦିବାସୀ ବସ୍ତି ରେ ବନ୍ଦ ହୋଇଯାଇଛି l ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ l ଆଦିବାସୀ ଯଦି ପଢି ପାରିବେ ନାହିଁ, ତେବେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ହୋଇ ପାରିବ ନାହିଁ l ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବଜେଟ ରେ କେବଳ ୨ ପ୍ରତିଶତ ବ୍ୟବସ୍ଥା ହୋଇଛି l ଏହି ବଜେଟ ରେ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳିଆ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ ନାହିଁ  ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ଦେଶର ୧୫ କୋଟି ଆଦିବାସୀ ପାଇଁ ୧୫ହଜାର କୋଟି ଯାହାକି ମୋଟ ବଜେଟ ର ୦.୨୯% ବଜେଟ ହୋଇଥିବା ବେଳେ ଅନୁସୂଚିତ ଜାତି, ସଂଖ୍ୟାଲଘୁ, ଦିବ୍ୟାଙ୍ଗଜନ ପାଇଁ ୧୫,୩୫୭ କୋଟି ଅର୍ଥାତ  ମୋଟ ବଜେଟ ର ୦.୩ % l ଶ୍ରୀ ବିଶି କ୍ଷୋଭ ପ୍ରକାଶ କରି କହିଲେ ଯେ ଏଭଳିଆ ବଜେଟ ରେ ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ସପ୍ନ ସାକାର ହେବ ନାହିଁ କିମ୍ବା କ୍ରାନ୍ତିବିର ବିର୍ସାମୁଣ୍ଡା ଙ୍କ ଲକ୍ଷ ପୂରଣ ହେବ ନାହିଁ l  ଓଡିଶା ର ପର୍ଯ୍ୟଟନ ବିକାଶ ତଥା ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ, କୋଣାର୍କ, ଲିଙ୍ଗରାଜ, ଚିଲିକା, ସମଲେଶ୍ୱରୀ ମନ୍ଦିର, ହରିଶଙ୍କର ନରସିଂନାଥ ଗନ୍ଧମାର୍ଦନ, ଚଉଷଠି ଯୋଗିନୀ ରଣିପୁର ଝରିଆଲ ଇତ୍ୟାଦି ପର୍ଯ୍ୟଟନ ସ୍ଥଳୀ ପାଇଁ ବଜେଟ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ l ଓଡିଶା ର ହାଇ ସ୍ପିଡ଼ ରେଲୱେ କରିଡର, ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ, ବଲାଙ୍ଗିର -ନୁଆଁ ପଡ଼ା ନୁଆଁ ରେଲୱେ ଲାଇନ ନିର୍ମାଣ ବଜେଟ ରେ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ l କେବଳ ଓଡିଶା ର ପ୍ରାକୃତିକ ସମ୍ପଦ ମାଙ୍ଗାନିଜ, ବକ୍ସାଇଟ, କ୍ରୋମାଇଟ, କୋଇଲା, ଆଇରନ ଓର ପାଇଁ ବଜେଟ, ଆଦିବାସୀ ମାନଙ୍କୁ ତାଙ୍କ ଜମି ଜଙ୍ଗଲ ରୁ ବିସ୍ଥାପିତ କରି ଆଦିବାସୀ ମାନଙ୍କୁ ତାଙ୍କ ଗାଁ ରୁ ହଟେଇ ଖଣି ଖନନ କୁ ବିକାଶ କୁହା ଯାଏ ନାହିଁ l ଆଦିବାସୀ ଙ୍କୁ  ଜଙ୍ଗଲ  ଦରକାର l ମଙ୍ଗଳ ଦରକାର ନାହିଁ l ଜଙ୍ଗଲ ରେ ଆମେ ଠିକ ଅଛୁ ବୋଲି ଶ୍ରୀ ବିଶି କହିଥିଲେ l ପଶ୍ଚିମ ଓଡିଶା ରେ ସବୁଠାରୁ ଭଲ କପା ଚାଷ ହେଉଛି l ସେଠାରେ ପିଏମ ମିତ୍ର ଯୋଜନାରେ ବୃହତ ସମ୍ୱନ୍ୱିତ ଲୁଗା କାରଖାନା ପ୍ରତିଷ୍ଠା କଲେ ବହୁତ ଯୁବକ ନିଯୁକ୍ତି ପାଇବେ ବୋଲି ଦାବୀ କରିଥିଲେ l ଓଡିଶା ପାଇଁ  କେନ୍ଦ୍ରୀୟ ବଜେଟ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ବୋଲି ସାଂସଦ ଶ୍ରୀବିଶି  କଟୁ ସମାଲୋଚନା କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026

You Might Also Like