-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ରାଜ୍ୟ

ତୃତୀୟ ବିଳାସୁଣୀ ମହୋତ୍ସବ ମହାସମାରୋହରେ ଆୟୋଜିତ

04-Feb-2026



କଟକ/ଭୁବନେଶ୍ୱର(ପ୍ରେରଣା ଖବର):  କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତିନିଦିନିଆ ତୃତୀୟ ବିଳାସୁଣୀ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡ଼ା ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇ ଥିଲା। ଗୋପବନ୍ଧୁ ଏଭରଗ୍ରୀନ ଆଞ୍ଚଳିକ ଯୁବ ପରିଷଦ ଏବଂ ଭଲ୍ୟୁଣ୍ଟାରୀ ଏମ୍ପାୱାରମେଣ୍ଟ,ଡେଭେଲପମେଣ୍ଟ ଆଣ୍ଡ ଆକ୍ସନ (ଭେଦା) ର ମିଳିତ ସହଯୋଗରେ  ଆୟୋଜିତ ଏହି ମହୋତ୍ସବ ବିପୁଳ ସଫଳତା ହାସଲ କରିଥିବା ଲକ୍ଷ୍ଯ କରାଯାଇଛି।ଗୋପବନ୍ଧୁ ଏଭରଗ୍ରୀନ ଆଞ୍ଚଳିକ ଯୁବ ପରିଷଦ ବିଳାସୁଣୀଠାରେ ଗୁଣାତ୍ମକ କ୍ରୀଡ଼ାର ବିକାଶ ନେଇ ସକ୍ରିୟ ଭାବରେ କାର୍ଯ୍ୟ କରି ଆସୁଛି। ଭେଦା ଓଡ଼ିଶାର ଗ୍ରାମାଞ୍ଚଳରେ

ସମାଜ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ଆଦିର ସର୍ବାଙ୍ଗୀନ ଉନ୍ନୟନ ଦିଗରେ ଏହାର ଅଧ୍ୟକ୍ଷ ଡ଼ଃ ବଦ୍ରି ନାରାୟଣ ମହାପାତ୍ରଙ୍କର ସୁଦକ୍ଷ ନେତୃତ୍ୱରେ ବ୍ୟାପକ ପ୍ରୟାସ କରି ଆସୁଛି।       

ଚଳିତ ବର୍ଷର ବିଳାସୁଣୀ ମହୋତ୍ସବର ବିଶେଷ ଆକର୍ଷଣ ମହାଦେବ ମହାପାତ୍ର ସ୍ମାରକୀ ଆନ୍ତଃ ଜିଲ୍ଲା ତଥା ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଥିଲା। ଏଥିରେ ପଶ୍ଚିମବଙ୍ଗ, ଝାରଖଣ୍ଡ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୋନପୁର, ଦେବଗଡ଼ ଓ ବଲାଙ୍ଗୀର ଆଦି ଆଠଟି ଅଗ୍ରଣୀ ଫୁଟବଲ ଟିମ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ କଟକ ବିଜୟୀ  ହୋଇ ଚମ୍ପିୟାନ ହୋଇଥିବା ବେଳେ ଖୋର୍ଦ୍ଧା ଟିମ ରନର୍ସଅପ ହୋଇଥିଲା।  ଏହି ଟୁର୍ଣ୍ଣାମେଣ୍ଟକୁ ଆତ୍ମାର ଅଧ୍ୟକ୍ଷ ଗଣେଶ୍ୱର ମିଶ୍ର, ଅତିରିକ୍ତ ତହସିଲଦାର ପ୍ରଭାତ ଜେନା ଏବଂ ବିଳାସୁଣୀର ସରପଞ୍ଚ ସବିତା ନନ୍ଦ ପ୍ରମୁଖ ଉଦ୍ଘାଟନ କରିଥିଲେ । 

ମହୋତ୍ସବର ଉଦଯାପନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଛବି ମଲ୍ଲିକ ଉଭୟ ଟିମକୁ  ଟ୍ରଫି ମାନ ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକ ଗ୍ରାମାଞ୍ଚଳରେ ଏଭଳି ଅନନ୍ୟ ଆୟୋଜନ କରାଯିବାର ସାଧୁ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ। ବିଳାସୁଣୀ ଖେଳ ପଡ଼ିଆର   ଖୁବ ଶୀଘ୍ର ଉନ୍ନତିକରଣ କରାଯାଇ ଏଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ  କରାଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେପି ନେତା ଶଶିକାନ୍ତ ଲେଙ୍କା ଓ ପ୍ରଦୀପ ମହନ୍ତ ପ୍ରମୁଖ ଯୋଗ ଦେଇ ବିଳାସୁଣୀ ଗ୍ରାମବାସୀଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ଏହି ଅଭିନବ ପରିକଳ୍ପନାକୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଥମ ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ବିଳାସୁଣୀ ଭଳି ଗ୍ରାମରେ ଏଭଳି ମହୋତ୍ସବ ଆୟୋଜନ ଆଞ୍ଚଳିକ ସ୍ତରରେ ଏକତା ଓ  ସଦ୍ଭାବନାକୁ ସୁଦୃଢ଼  କରିବାରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ। ଡଃ. ମହାଲିଙ୍ଗ ବିଶିଷ୍ଟ ଲେଖିକା ସୁକାନ୍ତି ରାଉତଙ୍କ ଦ୍ୱାରା ସମ୍ପାଦିତ ମହୋତ୍ସବର  ସ୍ମରଣିକାକୁ ଉନ୍ମୋଚନ କରିଥିଲେ।

ତିନିଦିନର ସଭାରେ ସଭାପତିତ୍ୱ କରି ମୁଖ୍ୟ ଆୟୋଜକ ଓ ଭେଦାର ଅଧ୍ୟକ୍ଷ ଡ଼ଃ ବଦ୍ରି ନାରାୟଣ ମହାପାତ୍ର ବିଳାସୁଣୀକୁ ଏକ ମଡେଲ ଗ୍ରାମରେ ପରିଣତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ସଭାକୁ ଗୋପବନ୍ଧୁ ଏଭରଗ୍ରୀନ ଆଞ୍ଚଳିକ ଯୁବ ପରିଷଦର ଅଧ୍ୟକ୍ଷ ଚକ୍ରଧର ରାଜ ପରିଚାଳନା କରିଥିଲେ । ସଭାପତି ବିଷ୍ଣୁ ଚରଣ ଡାଳୁଆ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ପାଦକ ଲଲାଟେନ୍ଦୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

ପ୍ରଥମ ଦିବସରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଗୋପାଳଜୀଉ ଏକଦିବସୀୟ  ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାହାରଣା ଟିମ୍ ବିଜୟୀ ହୋଇଥିବା ବେଳେ ବ୍ରାହ୍ମଣ ଝରିଲୋ ରନର୍ସଅପ୍ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ବିଧାୟକ ଡଃ. ପ୍ରମୋଦ କୁମାର ମଲ୍ଲିକ ଓ ରବୀନ୍ଦ୍ର କୁମାର ମଲ୍ଲିକ ଉଭୟ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ସମାରୋହର ତିନି ସନ୍ଧ୍ୟାରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ବିଶିଷ୍ଟ ଗାୟିକା ଇରା ମହାନ୍ତି, ପ୍ରଖ୍ୟାତ ହାସ୍ୟ ଅଭିନେତା ଯୋଡ଼ି ପ୍ରଜ୍ଞା-ଶଙ୍କର , ଓଲିଉଡ ତାରକା ଦୀପକ ବାରିକ ଓ ରିଆ ଦେ, ଅଭିନେତ୍ରୀ ତୃପ୍ତି ମୀରାମ୍ବିକା, ପାୟଲ ପ୍ରିୟଦର୍ଶିନୀ ତଥା ସାଧନା କଳାକେନ୍ଦ୍ର ଏବଂ ମା କୁତ୍ତାମଚଣ୍ଡୀ ନୃତ୍ୟ ଗ୍ରୁପର ପ୍ରତିଭାବାନ କଳାକାରମାନେ ସେମାନଙ୍କର ପାରଦର୍ଶୀ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲଲାଟେନ୍ଦୁ ସାହୁ ଖୁବ ସୁଚାରୁ ରୁପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବିଳାସୁଣୀ ମହୋତ୍ସବ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବିଳାସୁଣୀ ସମ୍ମାନ ପ୍ରଦାନ  କରାଯାଇଥିଲା। ପୁରସ୍କୃତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସୁଶାନ୍ତ କୁମାର ସାବତ, ଦେବ ନାରାୟଣ ସେଠୀ, ରଞ୍ଜନ ଆଚାର୍ଯ୍ୟ, ଉମାକାନ୍ତ ଜେନା, ଜୟରାମ ରଣା, ଲିଲି ଜେନାମଣି, ମନସ୍ମିତା ଜେନା, ନିବେଦିତା ଶତପଥୀ, ଡଃ ସରୋଜିନୀ ପାଣି, ପ୍ରବୋଧ ସାମନ୍ତରା, ଡଃ. ଚିତ୍ତରଞ୍ଜନ ମିଶ୍ର, ବିଜୟ କୁମାର ମହାନ୍ତି, 

ପଣ୍ଡିତ ରାଜ କିଶୋର ପଣ୍ଡା,  ନଳିନୀ ସାହୁ, କୃପାସିନ୍ଧୁ ମହାରାଜ, ଡଃ ଅଧିରାଜ ପରିଡା,ଅତୁଲ୍ୟ ଜେନା ଏବଂ ପ୍ରକାଶ ନନ୍ଦ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।ମହୋତ୍ସବର ଆୟୋଜନକୁ ବ୍ୟାପକ ଭାବେ ସଫଳ କରାଇବାରେ ବିଶେଷ ଯୋଗଦାନ ଦେଇଥିବା ସଂଗଠକ ମାନଙ୍କ ମଧ୍ୟରେ  ଉପେନ୍ଦ୍ର ମହାନ୍ତି, ପ୍ରକାଶ ମହାନ୍ତି, ସମ୍ପଦ ମହାନ୍ତି, ସ୍ୱାଧୀନ ମହାନ୍ତି, ନିରଞ୍ଜନ ରାୟ, କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ, ମଦନମୋହନ ଜେନା, ବିଷ୍ଣୁ ଚରଣ ଡାଳୁଆ , ଚକ୍ରଧର ରାଜ, ଲଲାଟେନ୍ଦୁ ସାହୁ, ମିହିର ବସ୍ତିଆ, ପ୍ରଭାତ ଜେନା, ସୁବାସ ମହାନ୍ତି ଏବଂ ମାନଭଞ୍ଜନ ବେହେରା ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like