-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ରାଜ୍ୟ

ଓଡ଼ିଶାର ଆଦିବାସୀ ଭାଷା କୋଶଲି,ସଉରା, କୁଇ, ହୋ, ମୁଣ୍ଡାରୀ, ଭୂମିଜ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବାକୁ ରାଜ୍ୟସଭା ରେ ଦାବୀ

04-Feb-2026



ସଂସଦରେ ପ୍ରକମ୍ପିତ ହେଲା "ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ "

ନୂଆଦିଲ୍ଲୀ(ପ୍ରେରଣା ଖବର): ସମ୍ବିଧାନର ଅଷ୍ଟମ ଅନୁସୂଚୀରେ କୋଶଲି/ସମ୍ବଲପୁରୀ, ସଉରା, କୁଇ, ମୁଣ୍ଡାରୀ, ହୋ, ଭୂମିଜ ଆଦିବାସୀ ଭାଷାକୁ ସାମିଲ କରିବାକୁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ଦୃଢ଼ ଦାବୀ କରିଛନ୍ତି l ସାଂସଦ ଶ୍ରୀ ବିଶି କହିଲେ ମାତୃଭୂମି, ମାତୃଭାଷା, ମାଆର ଭାଷା, ମାଟିର ଭାଷା  ଆମର ଜାତିର ପରିଚୟ ଦେଶର ବୈଭବ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଶଲି ସମ୍ବଲପୁରୀ,ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ ଭାଷାକୁ ସମ୍ବିଧାନରେ ୮ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଭାରତ ସରକାରଙ୍କୁ ସୁପାରିଶ କରିଥିଲେ l କୋଶଳାଞ୍ଚଳ ତଥା ପଶ୍ଚିମ ଓଡିଶା ରେ ୨ କୋଟି ଲୋକ କୋଶଲି ଭାଷା କହୁଛନ୍ତି l ପଶ୍ଚିମାଞ୍ଚଲର  ବଲାଙ୍ଗିର, ବରଗଡ଼, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ନୁଆଁପଡ଼ା, ସୋନପୁର, ବୌଦ୍ଧ, ଆଠମଲ୍ଲିକ ଅଞ୍ଚଳରେ କୋଶଲି/ସମ୍ବଲପୁରୀ ଭାଷାର ବହୁଳ ପ୍ରଚଳନ ହେଉଛି l ପଶ୍ଚିମଓଡିଶା କୋଶଲ ରାଜ୍ୟରେ ସାମିଲ ଥିଲା। ତେଣୁ କୋଶଲି ଭାଷାର ପ୍ରଭାବ ରହିଛି l ଏହି ଭାଷାରେ ପଢ଼ିବା ପାଇଁ, ଲେଖିବା ପାଇଁ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ମୌଖିକ ଉତ୍ତର ପାଇଁ ମାତୃଭାଷାକୁ ସରକାର ୮ମ ଅନୁସୂଚୀରେ ସାମିଲ କରିବା ଆବଶ୍ୟକ ବୋଲି  ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l ସେହିପରି ୧୫ ଲକ୍ଷ ଆଦିବାସୀ ସମ୍ପ୍ରଦାୟର ଶବର, ସଉରା, ଲାଞ୍ଜିଆ ସଉରା, ଜାରା ଶବର, କିରlତ ଶବର, ବିରାଟ ଶବର, ବେସୁ ସଉରା, ଲମ୍ବା ଲାଞ୍ଜିଆ ସଉରା,ଆର୍ଶୀ ସଉରା, ଭିମା ସଉରା, ସୁଦ୍ଧ ସଉରା,ଏହି ସଉରା ଭାଷା କହୁଛନ୍ତି l  ଓଡିଶାରେ କୁଇ ଭାଷାକୁ ଆଦିବାସୀ କନ୍ଧ, ଡ଼ଙ୍ଗରିଆ କନ୍ଧ, ରାଜା କନ୍ଧ, ବୁଡ଼ା କନ୍ଧ, ସୀତା କନ୍ଧ ସମ୍ପ୍ରଦାୟ ର ଲୋକ ମଧ୍ୟରେ ବହୁଳ ବ୍ୟବହାର କରୁଛନ୍ତି l ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର  ଲୋକଙ୍କ ମାତୃଭାଷା ମୁଣ୍ଡାରୀ ଭାଷା l ଏହି ଭାଷାରେ ଭଗବାନ ବିର୍ସା ମୁଣ୍ଡା ଉଦବୋଧନ ଦେଉଥିଲେ l ଆଦିବାସୀ ନେତା କ୍ରାନ୍ତିବିର ବିର୍ସା ମୁଣ୍ଡା ଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ଯଦି ତାଙ୍କ ଭାଷା ମୁଣ୍ଡାରୀ ଭାଷାକୁ ସରକାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବେ l ସେଭଳିଆ  ଭୂମିଜ ଭାଷାରେ ଆଦିବାସୀ ଭୂମିଜ, ଭୂଇଁଆ, ପାଉଡ଼ି ଭୂଇଁୟା ବେଶ ଆଦୃତ l  ହୋ ଭାଷା  ହୋ ଆଦିବାସୀ ମଧ୍ୟରେ ପ୍ରଚଳିତ ଥିବା ବେଳେ, ଓଡିଶାରେ ପୃଥିବୀର ପଥମ ଆଦିବାସୀ କିସ ବିଶ୍ୱବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଆଦିବାସୀ ମାତୃଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ସlନ୍ଥlଳ, ଅଲଚିକି, ଗୋଣ୍ଡି ଭାଷାରେ ଶିକ୍ଷା ପ୍ରଦାନ କରୁଛନ୍ତି l ଶେଷରେ ସାଂସଦ ଶ୍ରୀ ବିଶି ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ପଂକ୍ତି ଉଦ୍ଧୃତ କରି କହିଲେ ଯେ ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ l ଏହା ସହିତ କୋଶଲି/ସମ୍ବଲପୁରୀ, ସଉରା, କୁଇ, ହୋ, ମୁଣ୍ଡାରୀ, ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀ ରେ ଅନ୍ତର୍ଭୁକ୍ତ କରିବାକୁ ଭାରତ ସରକାରଙ୍କୁ ଦାବୀ କରିଥିଲେ l


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like