-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
26-Jan-2026
ବୋଡ଼େନ (ରାମନାଥ ପଣ୍ଡା)
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୋଡ଼େନ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ସାଇକେଲ ଶୋଭାଯାତ୍ରାକୁ ବୋଡ଼େନ ଜେ ଏମ ଏଫ୍ ସି ମାଜିଷ୍ଟ୍ରେଟ ସୁଶ୍ରୀ ପଲ୍ଲବୀ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତଥା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ ।କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଜାତୀୟ ସେବା ଯୋଜନା ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଓ ଜାତୀୟ ସେବା ଯୋଜନାର ସ୍ଵେଚ୍ଛା ସେବୀ ସମେତ ଆଇନଜୀବୀ ମାନଙ୍କମଧ୍ୟରୁ ହିରାଲାଲ ମାଝୀ,ଯୋଗେନ୍ଦ୍ର ନାଥ ମାଝୀ,ଗୌତମ ନିଆଲ,ହୃଷୀକେଶ ବିଶ୍ଵାଳ ପ୍ରମୁଖ ଯୋଗଦାନ କରିଥିଲେ।