-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2026
ଲୋଇସିଂହା(ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଗ୍ରାମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବୈବସୁତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୂର୍ଣ୍ଣାଙ୍ଗ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସରୋଜ ଭୋଇ ଯୋଗ ଦେଇ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ମାଧ୍ୟମରେ ସମାଜ ର କିପରି ବିକାଶ ହୋଇପାରିବ ସେ ଉପରେ ଦିଗଦର୍ଶନ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ସକମା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଉଗ୍ରସେନ ବରାଡ଼ ଓ ଫାସଡ଼ ଗ୍ରାମ ର ଗୌନ୍ତିଆ ଶ୍ରୀଯୁକ୍ତ ପ୍ରିୟମ୍ବଦ ପଣ୍ଡା,ମୁଖ୍ୟବକ୍ତା ଭାବେ ରାଜମଣୀ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଆର୍ତତ୍ରାଣ ପୁଟେଲ ଏବଂ ପରିଚାଳନା କମିଟି ସମ୍ପାଦକ ସରୋଜ କୁମାର ପଧାନ ପ୍ରମୁଖ ମଂଚାସୀନ ଥିଲେ।ଏହି ଅବସର ରେ କୁନିକୁନି ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟଗୀତ ପରିବେଷଣ କରାଯାଇଥିଲା।