-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଉନ୍ନତମାନର ସେବା ଯୋଗାଇ ଦେବାରେ ବଦ୍ଧପରିକର ସୁବ୍ରତ ହସ୍ପିଟାଲ

08-Jan-2026



ପାଟଣାଗଡ଼(ପ୍ରେରଣା ଖବର): ଏକ ସୁସ୍ଥ ସମାଜ ଗଠନ ପାଇଁ ଏକ ସୁସ୍ଥ ମନ ଓ ସୁସ୍ଥ ଶରିରର ଆବଶ୍ୟକ । ପ୍ରକୃତରେ ସ୍ୱାସ୍ଥ୍ୟ ହିଁ ସଂପଦ। ସମସ୍ତେ ନିରୋଗ ରହିଲେ ଏହି ଯନ୍ତ୍ରଣା ଜର୍ଜରିତ ସମାଜରେ ଜୀବନର ପ୍ରକୃତ ଆନନ୍ଦକୁ ଉପଭୋଗ କରିହେବ । ଏପରି କିଛି ମହତ୍ ଚିନ୍ତାଧାରା ଉପରେ ବିଶ୍ୱାସ ରଖି ଲୋକଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିଲା ଏକ ମହନୀୟ ଅନୁଷ୍ଠାନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସୁବିଧାରେ ଓ ଖୁବ କମ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ତଥା ସେବା ଓ ସମପର୍ଣର ମନୋଭାବ ନେଇ ଗଢ଼ି ଉଠିଛି ଏହି ପ୍ରତିଷ୍ଠାନ। ଆଜକୁ ୨ ବର୍ଷ ତଳେ ପାଟଣାଗଡ଼ ପରି ଏକ ଛୋଟ ସହରରେ ଏକ ବିରାଟ ପରିକଳ୍ପନା ନେଇ ଜନ୍ମ ନେଇଥିବା ସମସ୍ତଙ୍କ ବିଶ୍ୱାସଯୋଗ୍ୟ ପ୍ରତିଷ୍ଠାନ ହେଉଛି ସୁବ୍ରତ ହସ୍ପିଟାଲ । ଅପେକ୍ଷାକୃତ କମ ଖର୍ଚ୍ଚରେ ଉନ୍ନତମାନର ସ୍ୱାସ୍ଥ୍ୟ ଯୋଗାଇ ଦେବାରେ ଏହି 

ହସ୍ପିଟାଲର ସୁନାମ ରହିଛି ପାଟଣାଗଡ଼ ଓ ଆଖପାଖ ଅଂଚଳରେ । ନିଜର ସାମାଜିକ ଦାୟିତ୍ୱବୋଧ ଓ ରୋଗୀର ମୁହଁରେ ହସ ଫେରାଇ ଆଣିବା ପାଇଁ ବଦ୍ଧପରିକର ପ୍ରଣମ୍ୟ ଘନଶ୍ୟାମ ମେହେରଙ୍କ ମାନସ ସନ୍ତାନ ହେଉଛି ଏହି ସୁବ୍ରତ ହସ୍ପିଟାଲ । ୨ଠଠ୮ ମସିହାରେ ଘନଶ୍ୟାମ ମେହେରଙ୍କ ୨୩ ବର୍ଷିୟ ସୁପୁତ୍ର ଇଂଜିନିୟର ସୁବ୍ରତ ମେହେରଙ୍କ ଏକ ରାସ୍ତା ଦୁଘର୍ଟଣାରେ ଦୁଃଖଦ ବିୟୋଗ ହୋଇଥିଲା। ନିଜର ସୁପୁତ୍ର ସୁବ୍ରତଙ୍କ ସ୍ମୃତିରେ ପାଟଣାଗଡ଼ ସହରର ଧୁମାଭଟା ରୋଡରେ ୨୧ହଜାର ବର୍ଗଫୁଟ ପରିମିତ ଜମିରେ ନିର୍ମାଣ ହୋଇଛି ସୁବ୍ରତ ହସ୍ପିଟାଲ । ଏହି ହସ୍ପିଟାଲର ପ୍ରତିଷ୍ଠାତା ଘନଶ୍ୟାମ ମେହେରଙ୍କ ଜ୍ୱାଇଁ ଡ.ହେମନ୍ତ ମେହେରଙ୍କ ଦକ୍ଷ ପରିଚାଳନ ରେ ଏଠାରେ ରୋଗୀ ମାନଙ୍କୁ ଅତ୍ୟାଧୁନିକ ଚିକିତ୍ସାପଦ୍ଧତିରେ ତଥା ସଂପୂର୍ଣ୍ଣ ଘରୋଇ ପରିବେଶରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସେବାସୁଶୃଶା କରାଯାଉଛି । ଅଲଟ୍ରାସାଉଣ୍ଡ, ଏନ୍‌ଏମ୍ ଆର, ସିଟି ସ୍କେନିଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ନିଦାନ ଓ ଦୁରାରୋଗ୍ୟ ବ୍ୟାଧିର ସଠିକ ଉପାଚାର ହୋଇପାରୁଛି ଏଠାରେ । ରାସ୍ତା ଦୁର୍ଘଟଣାରେ ଅସମୟରେ ନିଜର ପୁଅକୁ ହରାଇଥିବା ଘନଶ୍ୟାମଙ୍କ ନିଷ୍ପତ୍ତି ଅନୁସାରେ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରୋଗୀ ମାନଙ୍କୁ ଏଠାରେ ଫ୍ରି୍‌ି କନସଲଟେନସି ସହିତ ଦୁଘର୍ଟଣାଗ୍ରସ୍ତ ବ୍ୟକ୍ତିଙ୍କ ସମସ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥାଏ । ୨୫ ବେଡ ବିଶିଷ୍ଟଏହି ହସ୍ପିଟାଲକୁ ଆସି କେତେ ଯେ ରୋଗୀ ନୂଆ ଜୀବନ ପାଇଛନ୍ତି ତାର ହିସାବ ନାହିଁ । ବଡ କଥା ହେଲା, ବାହାର ହସ୍ପିଟାଲରୁ ନିରାଶ ହୋଇ ଆସୁଥିବା ରୋଗୀ ମାନେ ମଧ୍ୟ ଏଠାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରି ଖୁସି ମନରେ ଫେରୁଛନ୍ତି। ଏହି ହସ୍ପିଟାଲରେ ସବୁ ବ୍ରାଣ୍ଡେଡ୍ ମେଡିସନ୍ ଯୋଗାଇ ଦିଆଯାଇଥାଏ । ହାସ୍ପିଟାଲର ପ୍ରଚାର ପ୍ରସାର ଉପରେ ଆମେ ବିଶ୍ୱାସ କରୁ ନାହୁଁ, ବରଂ ଏହି ରୋଗୀ ମାନଙ୍କର ଆତ୍ମସନ୍ତୋଷ ଓ ଖୁସି ହିଁ ଆମ ପାଇଁ ବଡ ସଂପଦ ବୋଲି ହସ୍ପିଟାଲର ପ୍ରତିଷ୍ଠାତା ଶ୍ରୀ ମେହର କହିଛନ୍ତି । ଖୁବ୍ କମ ସମୟ ମଧ୍ୟରେ ରୋଗୀ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ସୁବ୍ରତ ହସ୍ପିଟାଲ ପରି ଅନୁଷ୍ଠାନ ପ୍ରକୃତରେ ପାଟଣାଗଡ଼ ପାଇଁ ବରଦାନ ଅଟେ । ରୋଗ ନିଦାନ କ୍ଷେତ୍ରରେ ସୁବ୍ରତ ହସ୍ପିଟାଲ ନିଜର ସୁନାମ ବଜାୟ ରଖୁ, ଭଗବାନଙ୍କ ଠାରେ ଏତିକି କାମନା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like