-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
ବଲାଙ୍ଗିର(ଦେବାଶିଷ ବହିଦାର): ଆଜି ବୁଧବାର ସ୍ଥାନୀୟ କଦଳିମୁଣ୍ଡ। ନର୍ସରୀ ଠାରେ ପି ଆର୍ ହାଇସ୍କୁଲ ୧୯୮୭ବେଚ୍ ର ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୨୦୦୪ ମସିହାରୁ ପ୍ରତିବର୍ଷ ଡିସେମ୍ବର ୨୫ତାରିଖରେ ଏହା ଅନୁଷ୍ଠିତ ହୋଇଥାଏ ।ଦେଶର ବିଭିନ୍ନ ସ୍ଥାନରେ ଥିବା ୮୫ ଜଣ ସହପାଠୀ ବନ୍ଧୁ ଏକତ୍ରିତ ହୋଇ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ ।ପ୍ରତ୍ୟେକ ବର୍ଷ ଏହି ଦିନକୁ ଅନାଇ ବସିଥାନ୍ତି ପରସ୍ପରକୁ ଦେଖା କରିବ ପାଇଁ ।ସମସ୍ତେ ନିଜ ନିଜର ମତାମତ ରଖିଥିଲେ ଏବଂ ଆଗାମୀ ବର୍ଷ ପରିବାର ସହ ବନ୍ଧୁମିଳନ ପାଇଁ ପ୍ରସ୍ତାବ ରଖାଯାଇଥିଲା ।ଶେଷରେ ଅନେକ ସ୍ମୃତି ରେ କାର୍ଯକ୍ରମ ସମାପନ ହୋଇଥିଲା