-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
ବଲାଙ୍ଗିର ତା: ୧୬/୧୨/୨୫ ରିଖ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ ତଥା ସ୍ବଦେଶୀ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ସରକାର ସ୍ୱଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର ନେଇ ରାଜ୍ୟବାସୀଙ୍କୁ ସଚେତନ ତଥା ଆକୃଷ୍ଟ କରିବାପାଇଁ ଅଭିନବ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି I ଯାହା ଦ୍ୱାରା ସ୍ଥାନୀୟ ଉତ୍ପାଦର ଚାହିଦା ଏବଂ ବ୍ୟବହାରରେ ବୃଦ୍ଧି ଆସିବ।ଏ କ୍ରମରେ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ପୂର୍ବାହ୍ନ ୧୧. ୩୦ ମି. ରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଏକ ସ୍ୱଦେଶୀ ସଂକଳ୍ପ ସମାବେଶ ଅନୁଷ୍ଠିତ
ହୋଇଥିଲା I ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଉପସ୍ଥିତ ସମସ୍ତ ଛାତ୍ରୀ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ କରିଥିଲେ I ଏହା ସହ ଅପରାହ୍ନ ୨. ୩୦ ମି. ରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରୀମାନଙ୍କଦ୍ୱାରା ପ୍ରସ୍ତୁତ ସ୍ବଦେଶୀ ଖାଦ୍ୟ ମେଳାକୁ ମଧ୍ୟ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଉଦ୍ଘାଟନ କରିଥିଲେ I ଏଥିରେ ଛାତ୍ରୀମାନେ ନିଜଘରେ ପ୍ରସ୍ତୁତ ବିଭିନ୍ନ ଭାରତୀୟ ପାରମ୍ପରିକ ଖାଦ୍ୟ ସ୍ଥାନିତ କରିଥିଲେ I ସ୍ୱଦେଶୀ
ଖାଦ୍ୟମେଳାରେ ବହୁ ସଂଖ୍ୟାରେ ଅଧ୍ୟାପକ / ଅଧ୍ୟାପିକା ତଥା ଛାତ୍ରୀମାନେ ଅଂଶଗ୍ରହଣ କରି ଭାରତୀୟ ବ୍ୟଞ୍ଜନର ମଜା ନେଇଥିଲେ I ଏ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ରତିକାନ୍ତ ନାଏକ, ଅଜିତ କୁମାର ପଣ୍ଡା, ଡ଼ଃ ଅନୁରାଧା ମିଶ୍ର, ଡ଼ଃ ମିନତୀ ଦେବତା, ସଂଯୁକ୍ତା କୁମାରୀ ନାୟକ, ସୁଚେତା ଦୋରା,ଡ଼ଃ ସିଦ୍ଧେଶ୍ୱର ପ୍ରଧାନ, ପ୍ରତୀକ୍ଷା ପ୍ରତିଶ୍ରୁତି ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ I