-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ସୁବର୍ଣ୍ଣପୁର (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେଂଝିରିଆପଳି କ୍ଲଷ୍ଟର୍ ସ୍ତରୀୟ ଶିକ୍ଷା ସଭା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଅଚଣ୍ଡାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ , ଶିକ୍ଷୟତ୍ରୀ, ଅଭିଭାବକ, ଅଭିଭାବିକାମାନଙ୍କ ଦ୍ଵାରା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଶିକ୍ଷା ସଭାରେ କେଂଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିନୟ ବିଶ୍ଵାଳ ସଭାପତିତ୍ବ କରି ଥିଲେ ।ଗ୍ରାମର ୱାର୍ଡ ସଭ୍ୟା ଦାଣ୍ଡ କର୍ଣ୍ଣ ମୁଖ୍ୟ ଅତିଥି ଭାବରେ
ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଜଗଦୀଶ ପଧାନ, ସନ୍ତୋଷ ସାହୁ, ଶ୍ରୀମତୀ ସ୍ୱର୍ଣାଲତା ସାହୁ, ଅଚ୍ୟୁତାନନ୍ଦ କୁରକୁରିଆ ପ୍ରମୁଖ ଯୋଗ ଦେଇ ଆସ ସ୍କୁଲ୍ ଯିବା ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସଞ୍ଜୟ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ତୃପ୍ତିମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିକ୍ଷା ସଭାରେ ସମୁଦାୟ ୮ଟି ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ, ଅଧାରୁ ପାଠ ଛାଡି ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ପ୍ରମୁଖ ଯୋଗ ଦାନ କରିଥିଲେ ।