-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ରେଙ୍ଗାଲିରେ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୫୦ ରୁ ଅଧିକ ଲୋକଙ୍କ ହେଲା ଚିକିତ୍ସା

12-Dec-2025



ବଲାଙ୍ଗୀର(ପ୍ରେରଣା ଖବର): ଜିଲ୍ଲାର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରର ସଫଳ ଆୟୋଜନ ହୋଇ ଯାଇଛି। ଏହି ଶିବିରଟି ବଲାଙ୍ଗିରର ବିଆଇଏମଏସ୍‌ (ବିମ୍ସ) ହସ୍ପିଟାଲ ଏବଂ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆୟୋଜିତ ହୋଇଛି। ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଏବଂ ଆବଶ୍ୟକତାମୂଳକ ଚିକିତ୍ସା ସେବା ପ୍ରଦାନ କରିବା ।ଶିବିରରେ ରେଙ୍ଗାଲି , କପିଲବହାଲ ବାଗଡୁଙ୍ଗୁରି, ତାଲଯୁରି ଆଦି ଗ୍ରାମରୁ ୩୫୯ ରୁ ଅଧିକ ଗ୍ରାମବାସୀ ପଞ୍ଜୀକରଣ କରି ବିଭିନ୍ନ ପରୀକ୍ଷା କରାଇଲେ । ସେଥିରେ ସାଧାରଣ ଚେକଅପ୍‌, ବ୍ଲଡ୍ ପ୍ରେସର, ସୁଗର ପରୀକ୍ଷା, ଫିଜିଓଥେରାପି ମୂଲ୍ୟାଙ୍କନ ଏବଂ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଅନ୍ତର୍ଭୁକ୍ତ ଥିଲା । ସକାଳୁଠୁ ଲୋକମାନେ ଶିବିର ସ୍ଥଳକୁ ପହଞ୍ଚିବା ଆରମ୍ଭ କଲେ ଏବଂ ଡାକ୍ତରୀ ଟୀମ୍‌ ସମସ୍ତ ରୋଗୀଙ୍କୁ ଧୈର୍ଯ୍ୟର ସହିତ ପରୀକ୍ଷା କଲେ ।
ବିଆଇଏମଏସ୍‌ ହସ୍ପିଟାଲ ପକ୍ଷରୁ ଡା. ସୁମିତ ପାଧନ, ଡା. ଦେବେନ୍ଦ୍ର ଦୀପ ଏବଂ ସେମାନଙ୍କ ପାରଦର୍ଶୀ ଡାକ୍ତରୀ ଦଳ ନାନା ରୋଗର ପରୀକ୍ଷା କରି ଆବଶ୍ୟକ ଔଷଧ ଏବଂ ପରାମର୍ଶ ପ୍ରଦାନ କଲେ । ସେପରି, ପ୍ରସିଦ୍ଧ ଫିଜିଓଥେରାପିଷ୍ଟ ଶ୍ରୀ ସୁରେନ୍ଦ୍ର ଭୋଇ ଏବଂ ତାଙ୍କ ଟୀମ୍‌ ମଧ୍ୟ ସକ୍ରିୟଭାବେ ଅଂଶଗ୍ରହଣ କଲେ । ସେମାନେ ହାଡ଼, ପେଶୀ ଏବଂ ସ୍ନାୟୁ ସମସ୍ୟାରେ ପୀଡ଼ିତ ରୋଗୀଙ୍କୁ ବିଶେଷ ପରାମର୍ଶ ଦେବା ସହ ଚିକିତ୍ସା କରି ଥିଲେ।
ଶିବିରକୁ ଆସିଥିବା ରୋଗୀମାନଙ୍କ ମତରେ,  ଏହି ଶିବିର ସେମାନଙ୍କ ପାଇଁ ବହୁତ ଉପଯୋଗୀ ଥିଲା କାରଣ ଗ୍ରାମ ଅଞ୍ଚଳରେ ଏପରି ସେବା ସହଜରେ ମିଳେନାହିଁ । ଅନେକ ବୃଦ୍ଧ ଏବଂ ମହିଳାମାନେ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇପାରି ଆନନ୍ଦ ଏବଂ ସନ୍ତୋଷ ବ୍ୟକ୍ତ କଲେ ।
ଗ୍ରାମବାସୀମାନେ ବିଆଇଏମଏସ୍‌ ହସ୍ପିଟାଲର ସମସ୍ତ ଡାକ୍ତର, ଡାକ୍ତରୀ ଟୀମ୍‌, ଫିଜିଓଥେରାପି ଦଳ ଏବଂ ସମସ୍ତ ସହଯୋଗୀଙ୍କ ପ୍ରତି ଗଭୀର କୃତଜ୍ଞତା ଏବଂ ଆଭାର ବ୍ୟକ୍ତ କରିଛନ୍ତି । ସମସ୍ତେ ଏପରି ସ୍ୱାସ୍ଥ୍ୟ ଶିବିର ଆଗାମୀଦିନରେ ମଧ୍ୟ ନିୟମିତ ଭାବେ ଆୟୋଜନ ହେବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।
ଏହି ସଫଳ ଆୟୋଜନ ଦ୍ୱାରା ରେଙ୍ଗାଲୀ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା ଏବଂ ସାମୁଦାୟିକ ସମ୍ମିଳନର ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like