-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ନୂଆରୂପ ପାଇବ “ବାରପାହାଡ ଦେବୀପୀଠ”: ଅନୁଦାନ ମଞ୍ଜୁର

12-Dec-2025



ସୋନପୁର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲାର ସର୍ବବୃହତ ରିଜର୍ଭଜଙ୍ଗଲରେ ଥିବା ଦେବୀ ବାରପାହାଡ ପୀଠ ନୂଆ ରୂପ ପାଇବ। ସୋନପୁର ବନବିଭାଗ ଏନେଇ ଉନ୍ନୟନକାମ ଆରମ୍ଭ କରିବାକୁ ଯାଉଛନ୍ତି । “କାମ୍ପା” ଅନୁଦାନରୁ ବାରପାହାଡ ରିଜର୍ଭ ଜଙ୍ଗଲରେ ରାଜପାଲି ଓ ବ୍ରାହ୍ମଣୀପାଲି ଗ୍ରାମର ସଂଲଗ୍ନ ମୌଜା ଅଞ୍ଚଳରେ ଥିବା ବାରପାହାଡ ଖୋଲରେ ଏକ ପୁସ୍କରୀଣି ଖନନ ପାଇଁ ୪୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଶୁକ୍ରବାର ଦିନ ଏହିକାମର ଶୁଭାରମ୍ଭ କରାଯିବ ବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ବାରପାହାଡ ଖୋଲର ଝରଣାରେ ଏକ 

ଜିଲ୍ଲାପାଳ ୧କୋଟି ୬୬ଲକ୍ଷ ଟଙ୍କାର ଏକ ଡିପିଆର  ରାଜ୍ୟସରକାରଙ୍କୁ ପଠାଇଛନ୍ତି 

ଚେକଡ୍ୟାମ ମଧ୍ୟ ନିର୍ମାଣ ହେବା ସହିତ ଦେବୀପୀଠକୁ ପଥର ପାହାଚ, ପିକନିକ ପିଣ୍ଢି, ଲୁଚବୁଲଡର ଷ୍ଟ୍ରକଚର, ସୋଲାର ଲାଇଟ,ବାମକଡେ ଫଳବୃକ୍ଷରୋପଣ ସହିତ ବୁର୍ଡା-ଅର୍ଜୁନପୁର ପୂର୍ତ୍ତବିଭାଗ ରାସ୍ତା ପର୍ଯ୍ୟନ୍ତ ରାସ୍ତା ସଂଯୋଗ ଇତ୍ୟାଦି ଯୋଜନା ମଧ୍ୟ ରହିଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଏନେଇ ୧କୋଟି ୬୬ଲକ୍ଷ ଟଙ୍କାର ଏକ ଡିପିଆର(ଡିଟେଲ୍ ପ୍ରୋଜେକ୍ଟରିପୋର୍ଟ) ମଧ୍ୟ ରାଜ୍ୟସରକାରଙ୍କୁ ପଠାଇଥିବା ଜଣାପଡିଛି। ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ଉଦ୍ୟମକ୍ରମେ ପ୍ରାୟ ୧୭ଲକ୍ଷ ଟଙ୍କା ବ୍ୟୟରେ ବ୍ରାହ୍ମଣୀପାଲିଠାରୁ ବୁର୍ଡାରୋଡ ପର୍ଯ୍ୟନ୍ତ ତାରଟଣାଯିବା ସହ ଏକ ଟ୍ରାନ୍ସଫର୍ମର ବସାଯାଇ ବିଦ୍ୟୁତକରଣ ବ୍ୟବସ୍ଥା କରାଯାଇସାରିଛି । ଏବେ ପୁସ୍କରିଣୀ ଖନନ କାମ ଆରମ୍ଭ ହେବା। ଏହି ପୁସ୍କରୀଣୀ ଉପରକୁ ଝରଣାରେ ଏକ ଚ୍ୟାକଡେମ ନିର୍ମାଣ କାମ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୋନପୁର ଡିଏଫଓ ମଦନଲାଲ ଶର୍ମା ସୂଚନା ଦେଇଛନ୍ତି। ସୋନପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ଡିଏଫଓ ମଦନଲାଲ ଶର୍ମା, ରେଞ୍ଜଅଫିସର ସୁଭାଷଚନ୍ଦ୍ର ମହାପାତ୍ର, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ପୀଠର ବିକାଶକାମ ଆରମ୍ଭ ହେବାକୁ ଯାଉଛି । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ଶେଷସୀମାନ୍ତ ଭାଲୁପାଲି ଠାରୁ ବାରପାହାଡ ରିଜର୍ଭଜଙ୍ଗଲ ଆରମ୍ଭ ହୋଇ ଦୀର୍ଘ ୨୫ କିମିରୁ ଅଧିକ ଲମ୍ବରେ ୧୦କିମି ଚଉଡାରେ ରେଙ୍ଗାଲି ପର୍ଯ୍ୟନ୍ତ ଲମ୍ବିରହିଛି । ପ୍ରାୟ ୧୦୨କିମି ବର୍ଗ କିମି ବ୍ୟାପି ଏହି ବାରପାହାଡ ରିଜର୍ଭ ଜଙ୍ଗଲ ରହିଛି । ଛୋଟବଡ ଅନେକ ପାହାଡର ସମାହାରରେ ଏକ ବିସ୍ତିର୍ଣ୍ଣ ଅଞ୍ଚଳରେ ବ୍ୟାପିରହିଥିବା ଏହି ଜଙ୍ଗଲର ତରଭା ଥାନା ପାଇକବାହାଲ ପଞ୍ଚାୟତର ରାଜପାଲି ମୌଜାରେ ପାହାଡଉପରେ ସେହି ଅଞ୍ଚଳରେ ଆରାଧ୍ୟ “ବାରପାହାଡ” ଦେବତାଙ୍କ ପୀଠ ରହିଛି । ଏକ ଗୁମ୍ଫାରେ ବାରପାହାଡ ଦେବତା ପୂଜା ପାଉଛନ୍ତି । ବ୍ରାହ୍ମଣୀପାଲି, ମଖନାମୁଣ୍ଡା,ତିଲେଇମାଲ, କନ୍ଧପାଲି ତଥା ଆଖପାଖର ଗାଁରେ ବସବାସ କରୁଥିବା ଗଣ୍ଡ ସଂପ୍ରଦାୟର ଏହା ହେଉଛନ୍ତି ଆରାଧ୍ୟ ଦେବତା । କେଉଁ ଆବାହମାନ କାଳରୁ ଗଣ୍ଡ ସଂପ୍ରଦାୟର ଲୋକମାନେ ପାହାଡଗୁମ୍ଫାରେ ତାଙ୍କର ଲିଙ୍ଗୋଦେବତାଙ୍କୁ ସ୍ଥାପନାକରି ପୂଜାର୍ଚ୍ଚନା କରି ଆସୁଛନ୍ତି । ରାଜାରାଜୁଡା ଅମଳରୁ ମଖନାମୁଣ୍ଡା ଗ୍ରାମର ଗଣ୍ଡଆଦିବାସୀ(ଝାଙ୍କର)ମାନେ ବାରପାହାଡଙ୍କୁ ପୂଜା କରି ଆସୁଛନ୍ତି । ସେଥିପାଇଁ ରାଜୁଡା ଅମଳରୁ ତାଙ୍କ ପାଇଁ ଜମିର ମଧ୍ୟ ବ୍ୟବସ୍ଥା କରାଯାଇଛି । ମେଣ୍ଡା ଗଡତି ଅଞ୍ଚଳର ଏକ ବିଶାଳ ଅଞ୍ଚଳର ଗ୍ରାମବାସୀମାନେ ବାରପାହାଡ ଦେବତାଙ୍କୁ ପୂଜାକରି ଆସୁଛନ୍ତି । ବହୁବର୍ଷ ହେଲା ଦେବୀପୀଠର ଉନ୍ନତିକରଣ କରି ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ସ୍ଥାନୀୟଲୋକେ ଦାବି କରିଆସୁଛନ୍ତି । ଗତ ୨୦୨୩ ମସିହାରେ ରାଜ୍ୟସରକାର ପର୍ଯ୍ୟଟନବିଭାଗରୁ ଏହି ପୀଠର ଉନ୍ନତିକରଣ ପାଇଁ ୨୮ଲକ୍ଷ୮୯ ହଜାର ଟଙ୍କା ମଞ୍ଜୁର କରି ଥିଲେ । ପର୍ଯ୍ୟଟନବିଭାଗର ଏକ ସ୍ୱତନ୍ତ୍ରଟିମ ଏହି ସ୍ଥାନକୁ ପରିଦର୍ଶନ କରି ରାଜ୍ୟସରକାରଙ୍କୁ ଆବଶ୍ୟକ ରିପୋର୍ଟ ମଧ୍ୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସେଥିରୁ ୮ଲକ୍ଷ ଟଙ୍କାର ଅନୁଦାନ ରାଶି ଆସିଥିଲା । କିନ୍ତୁ ନିର୍ବାଚନବର୍ଷ ଯୋଗୁଁ ଏହା ଅଟକି ରହିଥିଲା । ଏବେ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଆହୁରି ଆବଶ୍ୟକ ହେଉଥିବା ୧କୋଟି ୬୬ ଲକ୍ଷ ଟଙ୍କାର ଏକ ଡିପିଆର ଗତ ନଭେମ୍ବର ୩ ତାରିଖରେ ତାଙ୍କ ପତ୍ରସଂଖ୍ୟା- ୧୪୪୪୨ ମାଧ୍ୟମରେ ପଠାଇଥିବା ଜଣାଯାଇଛି । ଖୁବ ଶୀଘ୍ର ଏହି ଅନୁଦାନ ମଧ୍ୟ ଆସିଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି। 

ଜଙ୍ଗଲ ବିଭାଗର ମନ୍ତ୍ରୀ ରାମସିଂ ଖୁଣ୍ଟିଆଙ୍କୁ ଭେଟି ଏନେଇ ଆଲୋଚନା କରାଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଖୁଣ୍ଟିଆ ବନବିଭାଗ ତୁରନ୍ତ ଏକ ଡିପିଆର ପ୍ରସ୍ତୁତ କରି ରାଜ୍ୟସରକାର ଙ୍କୁ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ କରିଥିଲେ । ସୋନପୁର ବନବିଭାଗ ପକ୍ଷରୁ ଗତ ୨୦୨୩-୨୪ ମସିହାରେ ବାରପାହାଡ ଖୋଲରେ ପ୍ରାୟ ୧୨୦୦ ଫଳବୃକ୍ଷ ରୋପଣ କରାଯାଇଛି । ତାରଜାଲିର ସୁରକ୍ଷାବାଡ ଦେଇ ଏହାକୁ ସଂରକ୍ଷଣ କରାଯାଇଛି । ଏବେ ୨୫-୨୬ରେ ବାମକଡେ ଥିବା ଡୁଙ୍ଗୁରୀରେ ମଧ୍ୟ ଫଳବୃକ୍ଷ ଲଗାଯାଇ ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରସ୍ତାବ କରାଯାଇଛି । ବୁର୍ଡା-ଅର୍ଜୁନପୁର ପୂର୍ତ୍ତବିଭାଗ ରାସ୍ତାର କଡେକଡେ ଲମ୍ବିଯାଇଥିବା ବାରାପାହାଡ ରିଜର୍ଭ ଜଙ୍ଗଲରେ ଅନେକଗୁଡିଏ ଝରଣା ବହିଯାଇଛି । ଜଙ୍ଗଲବଢିବା ସହିତ ଏହାର ସୌନ୍ଦର୍ଯ୍ୟ ବଢୁଛି । ଶୀତଦିନେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି । ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସି ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ବଣଭୋଜି କରି ମଜା ନେଉଛନ୍ତି । ତେଣୁ ଏଠିକାର ବିକାଶ ହେଲେ ଆହୁରି ବହୁତ ପରିମାଣରେ ପର୍ଯ୍ୟଟକ ଉପକୃତ ହେବେ ବୋଲି ଆଶା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like