-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା "ରୋମାଞ୍ଚକ ଫାଇନାଲ:ପେନାଲ୍ଟି ରେ ବଲାଙ୍ଗୀର ଚାମ୍ପିୟାନ"

30-Nov-2025



ବଲାଙ୍ଗୀର(ପ୍ରେରଣା ଖବର)- ଗତ ୨୭ତାରିଖରୁ ଆରମ୍ଭ ହୋଇଥିବା ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ ବାଳକ ବର୍ଗ ଫୁଟବଲ ମ୍ୟାଚ ର ଫାଇନାଲ ମ୍ୟାଚ ହର୍ଷୋଉଲ୍ଲାସର ସହ ଗାନ୍ଧୀ ଷ୍ଟାଡିୟମ ଠାରେ ସମାପନ ହୋଇ ଯାଇଛି।ମିଶନ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ରେ ଢେଙ୍କାନାଳ ଦଳକୁ ମୟୁରଭଞ୍ଜ ଦଳ ୨-୦ରେ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିବା ବେଳେ ଆର.ଏନ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଲାଙ୍ଗୀର ଦଳ କେନ୍ଦୁଝର ଦଳକୁ ୩-୨ରେ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଥିଲା।ସେମିଫାଇନାଲ ମ୍ୟାଚ ର ଉଭୟ ବିଜେତା ବଲାଙ୍ଗୀର ଓ ମୟୁରଭଞ୍ଜ ଦଳ ଙ୍କ ମଧ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ମଧ୍ୟାହ୍ନ ୧୨ ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ମ୍ୟାଚ ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିବା ବଲାଙ୍ଗୀର ଓ ମୟୁରଭଞ୍ଜ ଦଳ ତୀବ୍ର ଆକ୍ରମଣ ସହିତ ଖେଳକୁ ନିଜ ନିଜ ନିୟନ୍ତ୍ରଣ ରେ ରଖିଥିଲେ।ଦୁହି ପକ୍ଷର ସମାନ ସଂଘର୍ଷ ଫଳରେ ଖେଳ ନିର୍ଦ୍ଧିଷ୍ଟ ସମୟରେ ୦-୦ ରେ ସମାପ୍ତ ହେଲା।ମ୍ୟାଚ ର ଫଳାଫଳ ନିର୍ଣ୍ଣୟ ପାଇଁ ଟାଇ ବ୍ରେକର କରାଯାଇଥିଲା।ଦୁହି ଦଳ ତୀବ୍ର ଚାପରେ ଥିବା ସମୟରେ ଦକ୍ଷତା ଓ ସ୍ଥିରତା ଦେଖାଇ ବଲାଙ୍ଗୀର ଦଳ ଚମତ୍କାର ପ୍ରଦର୍ଶନ କଲା।ଟାଇ ବ୍ରେକର ର ରୋମାଞ୍ଚକର ମୁହୁର୍ତ୍ତ ରେ ପେନାଲ୍ଟି ରେ ବଲାଙ୍ଗୀର ଦଳ ମୟୁରଭଞ୍ଜ ଦଳକୁ ୩-୨ଗୋଲରେ ପରାସ୍ତ କରି ଚଳିତ ବର୍ଷର ରାଜ୍ୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ ବାଳକ ବର୍ଗ ର ଫୁଟବଲ ଚାମ୍ପିୟାନସିପ ହାସଲ କଲା।ପୁରସ୍କାର ବିତରଣ ସମାରୋହ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ନିମନ୍ତ୍ରିତ ଅତିଥି ରୂପେ ବଲାଙ୍ଗୀର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା,ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର,ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ହରି ନାରାୟଣ

ପୂଝାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା ଓ ରୀନା କୁମାରୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ପ୍ରମୁଖ ଯୋଗଦେଇ ବଲାଙ୍ଗୀର ଦଳକୁ ବିଜେତା ଟ୍ରଫି ପ୍ରଦାନ କରିବା ସହ ମୟୁରଭଞ୍ଜ ଦଳକୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ହେମନ୍ତ ପ୍ରଧାନ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଧନ୍ୟବାଦ ଦେଇ ଥିଲେ।ପର୍ଯ୍ୟବେକ୍ଷକ ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ରାଉତ ଯୋଗଦେଇଥିବା ବେଳେ ଜିଲ୍ଲା ର ୧୪ଗୋଟି ବ୍ଲକ ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟତ୍ରୀ,କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ,ରାଜ୍ୟ ସ୍ତରୀୟ ଅଫିସିଆଲ,ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ,ବିଭିନ୍ନ କ୍ରୀଡା ସଂଗଠନର କର୍ମକର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like