-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ନୟାଗଡ଼ (ପ୍ରେରଣା ଖବର): ଶରଣକୁଳ ଥାନା ଗୋଡିପଡାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଶିକ୍ଷୟିତ୍ରୀଙ୍କୁ ଘର ଭିତରେ ଛୁରାମାଡ କରି ନିଜ ବେକ କାଟିଲା ଯୁବକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି। ଶିକ୍ଷୟତ୍ରୀ ଜଣକ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିରେ ହୋଇଥିବା ଜଣାପଡ଼ିଛି। ସେ ୮ ବର୍ଷ ହେବ ଶରଣକୁଳ ଗୋଡିପଡା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗାଁକୁ ଆସି ଶିକ୍ଷୟିତ୍ରୀଙ୍କୁ ଖୋଜିଥିଲେ। ସେ ଘରେ ଥିବା ଜାଣି ଘରକୁ ଯାଇ ହଠାତ୍ ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଯୁବକ ଜଣଙ୍କ ନିଜ ବେକକୁ କାଟି ଦେଇଥିଲେ ।ଫଳରେ ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ପ୍ରେମ ବ୍ୟାପରରୁ ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେପଟେ ଛଡ଼େଇବା ସମୟରେ ଘରମାଲିକ ସମେତ ୩ ଜଣ ଆହତ ହୋଇଥିବା ଜଣାପଡିଛି।