-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
କଟକ (ତପନ ମହାନ୍ତି): ଆସନ୍ତା ୮ ତାରିଖରୁ ବିଦ୍ୟାଧରପୁରର ପ୍ରସିଦ୍ଧ କାଳୀ ପୂଜା ଅନୁଷ୍ଠିତ ହେବ। ବଡକାଳୀ, ସାନକାଳୀ ଏବଂ ଶ୍ୟାମାକାଳୀଙ୍କ ସମେତ ୩୧ ମଣ୍ଡପରେ ଭିନ୍ନ ଦେବଦେବୀ ପୂଜା ପାଇବେ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ସିଆର୍ଆର୍ଆଇ ଥାନା ଆନୁକୂଲ୍ୟରେ ବିଦ୍ୟାଧରପୁର ସ୍ଥିତ ଦ୍ବାରିକାମୟୀ ସାଈ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏଡିସିପି ଅମରେନ୍ଦ୍ର ପଣ୍ଡା ଅଧ୍ଯକ୍ଷତା କରିଥିଲେ। ପୂଜାରେ ଏହି ଅଞ୍ଚଳରେ ଥିବା ରାସ୍ତା, ବିଦ୍ୟୁତ୍, ଜଳ ସମସ୍ୟା ବିଷୟରେ ସ୍ଥାନୀୟ କର୍ପୋରେଟର ବୈଠକରେ
ଉପସ୍ଥାପନ କରିଥିଲେ।
ସବୁ ଠାରୁ କଦର୍ଯ୍ୟ କାମ ଏହି ଅଞ୍ଚଳରେ ୱାଟକୋ କରୁଥିବା ନେଇ ସ୍ଥାନୀୟ କର୍ପୋରେଟର ୱାଟକୋ ଉପରେ ବସିଥିଲେ । ମନ ଇଛା ଖୋଳି ପକାଉଛି କାମ କରିବାର ପନ୍ଦର ଡିନ୍ ଯାଉନି ଯଥାପୁର୍ବାଙ୍ଗ ତଥା ପରଙ୍ଗ ସ୍ଥିତିକୁ ପଳେଇ ଆସୁଛି । ତାଙ୍କର ଉପରିସ୍ଥ ଅଧିକାରୀ ମାନେ ଦିନେ କେହି ଆସନ୍ତି ନାହିଁ ବୋଲି କହିଥିଲେ । ସେହିପରି ଗେଲ୍ ଇଣ୍ଡିଆ ମନ ମୁଖୀ ଯେଉଁଠି ପାରୁଛି ସେଠି ଖୋଳି ମାସ ମାସ ଧରି ପକେଇ ରଖୁଛି ବୋଲି ବିରକ୍ତି ପ୍ରକାଶ କରିଥିଲେ ।
୧୮ରେ ଭସାଣି ଉତ୍ସବ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ଏବଂ ୧୯ ସନ୍ଧ୍ୟା ୫ ଟାରେ ଠାକୁର ବିସର୍ଜନ କରାଯିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ହେବ କିନ୍ତୁ ରାତି ୧୨ଟା ପର୍ଯ୍ୟନ୍ତ ମେଲଣ କରିବାକୁ ହେଲେ ଲିଖିତ ଭାବେ ପୂଜା କମିଟି ଦେଲେ ତାହା ବିଚାରକୁ ନିଆଯାଇପାରେ ବୋଲି ଜୋନ–୫ ଏସିପି ସୁଧାଂଶୁ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୌଭିକ ବିଶ୍ଵାଳ, ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ଵାଳ, ବିଜେପି ନେତା ନୟନ କିଶୋର ମହାନ୍ତି,
ମେୟର୍ ସୁବାସ ସିଂ, କର୍ପୋରେଟର ବିଶ୍ଵବନ୍ଦିତା ପଣ୍ଡା, ୱାଟକା ବିଭାଗର ପ୍ରଜ୍ଞା ମଲ୍ଲ, ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତିରଞ୍ଜନ ବେହେରା,ସାଉଥ ଡିଭିଜନର ଏସଡ଼ିଓ ଜେଇ , ପୂର୍ତ୍ତ ବିଭାଗର ଏସଡ଼ିଓ ଜେଇ ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ ସାହୁ,ଏଡିସିପି ରଞ୍ଜିତ କୁମାର ପୃଷ୍ଟି, ସିଆର୍ଆର୍ ଥାନାଧୂକାରୀ ପି ଟି ଗଣେଶ ସାହୁ, ବିଦ୍ୟାଧରପୁର ପୂଜା କମିଟି ସଭାପତି ପ୍ରଶାନ୍ତ ମହାରଣାଙ୍କ ସମେତ ପ୍ରତ୍ୟେକ ମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଦ୍ୟାଧରପୁର ପୂଜା କମିଟି ସମ୍ପାଦକ ସୁନିଲ ପଣ୍ଡା ସଭା ପରିଚାଳନା କରିଥିଲେ।