-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଅଞ୍ଚଳର ଚାଷୀ ମାନଙ୍କର ସ୍ୱପ୍ନର ବହୁ ପ୍ରତୀକ୍ଷିତ ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର(ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ ହୋଇଥିବାରୁ କୁଟାସିଂହା ଅଞ୍ଚଳର ଆଗଲପୁର ବ୍ଲକର ତେନ୍ତୁଲି ଗାଁ, ଡୁଙ୍ଗୁରିପାଲି, କଣ୍ଟାପାଲି, ହରଭଂଗା, ମୂର୍ଶୁନ୍ଧି, ସୋନପୁର ବ୍ଲକର ବାଳ ପୂର୍, ଡୁଙ୍ଗୁରିପାଲି ବ୍ଲକର କପାଶିରା, ତମାମୁରା, ଡ଼ାହୁକବୁଡ, ଦିଗସିରା, ଭାତବହାଲି ଗ୍ରାମର ହଜାର ହଜାର ଚାଷୀ ଉପକୃତ ହେବେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏ ଅଞ୍ଚଳର ପାନୀୟ ଜଳସ୍ତର ବୃଦ୍ଧି ହେବା ସହ ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ ହେବା ସହିତ ମସ୍ୟ ସମ୍ପଦର, ପ୍ରାଣୀ ସମ୍ପଦର ସୁରକ୍ଷା ହେବ ବୋଲି ଅନେକ ଥର ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇ ଥିବା ସେଚ୍ଛାସେବୀ ପ୍ରମୋଦ ବଗର୍ତ୍ତୀ ଜଣାଇଛନ୍ତି । ଏହି ପ୍ରକଳ୍ପ ପାଇଁ ମୋଟ ବ୍ୟୟ ବରାଦ ୨୭୬.୦୧ କୋଟି ଟଙ୍କା ରାଜ୍ୟ ସରକାରଙ୍କ କେବିନେଟ୍ ମନ୍ତ୍ରୀ ଡ. ମୁକେଶ ମହଲିଙ୍ଗଙ୍କ ଉଦ୍ୟମରେ ବିକଶିତ ଲୋଇସିଂହା ବିକଶିତ ଓଡ଼ିଶା ପାଇଁ ସଂକଳ୍ପ ନେଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ପରେ ବଲାଙ୍ଗୀର ଜିଲ୍ଲାର ଅପହଞ୍ଚ ଅଞ୍ଚଳ ରେ ପରିଚିତ କୁଟାସିଂହାକୁ ବିକାଶ ପହଞ୍ଚିଛି ବୋଲି ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ପ୍ରକଳ୍ପ ଅନୁମୋଦନ ଲାଭ କରି ଥିବାରୁ ଅଞ୍ଚଳବାସୀ ଏବଂ ଚାଷୀ ମାନଙ୍କ ତରଫରୁ ସମାଜସେବୀ ପ୍ରମୋଦ ବଗର୍ତ୍ତୀ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।