-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
04-Nov-2026
ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆର.ଆର କଲୋନୀ ସ୍କୁଲ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡିଇଓ ସୁଧାଂଶୁ ଶେଖର ମିଶ୍ର ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନୀଳମଣି ପଟେଲ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ବିଡ଼ିଓ ହୃଷିକେଶ ଗୋଣ୍ଡ,ଏବିଇଓ ସନ୍ଧ୍ୟାରାଣୀ ଧରୁଆ,ଏବିଇଓ ଅଭିରାମ ମାଝୀ,ଏବିଇଓ ଦଶରଥ ବଗର୍ତି,ପ୍ରଧାନ ଶିକ୍ଷକ କିଶୋର ହନୁମାନ ମଞ୍ଚାସିନ ଥିଲେ।ବ୍ଲକର ୧୬ଟି କ୍ଲଷ୍ଟରରୁ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଏହି ଅବସରରେ ରଚନା,ସୁନ୍ଦର ହସ୍ତାକ୍ଷର,ଚିତ୍ରାଙ୍କନ,ପ୍ରକଳ୍ପ,କୁଇଜ୍,ନୃତ୍ୟ ଓ ସଙ୍ଗୀତ ସମେତ ୩୨ଟି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେଇ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଏଡ଼ିଇଓ ସେବାଶ୍ରୀ ଭୋଇ ଯୋଗଦେଇ ନିଜ ବକ୍ତବ୍ୟରେ ବିଜୟ ଅପେକ୍ଷା ଅଂଶଗ୍ରହଣ ଓ ଅନୁଭୂତି ର ମୂଲ୍ୟ ବହୁତ ବୋଲି କହିଥିଲେ।ବରିଷ୍ଠ ଶିକ୍ଷକ ମହାଦେବ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।