-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଶିକ୍ଷାବିଭାଗରେ ଜିଏସଟି ଫାଙ୍କି, ଜାଲ ଯୋଗାଣସଂସ୍ଥା ନାମରେ କୋଟିଟଙ୍କାର କାରବାର

18-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ଶିକ୍ଷା ବିଭାଗରେ ବ୍ୟାପକ ଜିଏସଟି ଫାଙ୍କି କରାଯାଇଥିବା ନେଇ ଅଭିଯୋଗ ଉଠିଛି । ଜିଲ୍ଲାର ସ୍କୁଲମାନଙ୍କରେ ସିସିଟିଭି, ଲାଇଟନିଂ ଏରେଷ୍ଟର, ଆର୍ଥରଡ, ପେନଡ୍ରାଇଭ ଇତ୍ୟାଦି ଉପକରଣ ଯୋଗାଣରେ ବ୍ୟାପକ ଅନିୟମିତତା କରାଯାଇ ଥିବା ଅଭିଯୋଗ ହୋଇଛି ଓ ଏହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଯିବାକୁ ଜଣେ ଆଇନଜୀବୀ ଦାବି କରିଛନ୍ତି । ଏପରିକି ଏକ ଜାଲ ଯୋଗାଣକାରୀ ସଂସ୍ଥାର ଏକ ଜାଲ ଜିଏସଟି ନମ୍ବର ପକାଇ ଜିଲ୍ଲାରେ କୋଟିକୋଟି ଟଙ୍କାର ମିଥ୍ୟାବିଲ ଭାଉଚର ପ୍ରସ୍ତୁତ କରି ଅର୍ଥହଡପ୍ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବଲାଙ୍ଗୀର ଏସପି, ସିଟିଜିଏସଟି ବିଭାଗର ଡେପୁଟିକମିଶନର ଓ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘବର୍ଷ ହେଲା ଡେପୁଟେସନରେ ରହି ଜଣେ ଶିକ୍ଷକ ଏହି କଳାକାରନାମାର ମାଷ୍ଟରମାଇଣ୍ଡ୍ ରହିଛି ଓ ଜାଲ ସଂସ୍ଥା ନାମରେ ବିଲ୍ ମଞ୍ଜୁର କରାଇ ଲକ୍ଷାଧିକ ଟଙ୍କାର କମିସନ ଖାଇଛି । ଆଇନଜୀବୀ ମଦନମୋହନ ନାଏକ ଏନେଇ ଆରଟିଆଇ ତଥ୍ୟକୁ ନେଇ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛନ୍ତି।
  ଅଭିଯୋଗରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରେ ଲଗାଯାଇଥିବା ସିସିଟିଭି, ଲାଇଟନିଂ ଏରେଷ୍ଟର, ପେନଡ୍ରାଇଭ ତଥା ଅନ୍ୟାନ୍ୟ ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ ପାଇଁ ଗତ ୨୦୨୩-୨୦୨୪ ମସିହାରେ ପ୍ରାୟ ୧୦କୋଟି  ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରେ ବଲାଙ୍ଗୀର ଠିକଦାରପଡା ଠିକଣାରେ ଥିବା ପ୍ରତିକ୍ଷା ଏଣ୍ଟରପ୍ରାଇଜେସ ନାମକ ଏକ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଏହି ସାମିଗ୍ରୀ ଯୋଗାଇବା ସହିତ ଇନଷ୍ଟଲ କରିଥିବା ଦର୍ଶାଇ ଯାଇଛି । କିନ୍ତୁ ପ୍ରକୃତରେ ଏଭଳି ସଂସ୍ଥା କିମ୍ବା ଦୋକାନ ବଲାଙ୍ଗୀରରେ କୌଣସିଠାରେ ନାହିଁ। ଏପରିକି ଉକ୍ତ ସଂସ୍ଥା ନାମରେ ଅଗଷ୍ଟ ୨୦୨୩ ମସିହାରେ ଏକ ଜିଏସଟି ନମ୍ବର (୨୧ଜିଡବ୍ଲୁବିପିଏମ୪୪୭୮ପିଆଇଜେଡୱାଇ) ନିଆଯାଇଛି ଓ ଜାନୁୟାରୀ ମାସ ୨୦୨୪ରେ ତାକୁ ବନ୍ଦ କରିଦିଆଯାଇଛି । ଜୟନ୍ତକୁମାର ମହାପାତ୍ର ଏହାର ମାଲିକ ଦର୍ଶାଯାଇଛି । ଏହି ଜିଏସଟି ନମ୍ବରରେ କରାଯାଇଥିବା କାରବାରରେ ଟଙ୍କା ଟିଏ ମଧ୍ୟ ଜିଏସଟି ଟେକ୍ସ ଭରାଯାଇନାହିଁ । କିନ୍ତୁ ଜାନୁୟାରୀ ମାସ ୨୦୨୪ରେ ଉକ୍ତ ଜିଏସଟି ନମ୍ବର ବନ୍ଦ ହୋଇଥିଲେ ହେଁ ଏହା ପରେ ମଧ୍ୟ ବିଭିନ୍ନ ସ୍କୁଲକୁ ସାମଗ୍ରୀ ଯୋଗାଇଥିବା ଦର୍ଶାଇ ଜାଲ ଜିଏସଟି ବିଲ ଦିଆଯାଇଛି । ଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏହି ସଂସ୍ଥାନାମରେ ଏସଫ ସ୍ମଲଫାଇନାନ୍ସ ବେଙ୍କରେ ଏହାର ଆକାଉ(୧୦୨୩୦୦୦୨୧୮୧୬୪୭)ଣ୍ଟ ଖୋଲାଯାଇଛି । ଉକ୍ତ ଆକାଉଣ୍ଟରେ ଶିକ୍ଷାବିଭାଗ ଟଙ୍କା ଜମାକରିଛି । କିନ୍ତୁ ସିଧାସଳଖ ଜିଏସଟି ଫାଙ୍କି କରାଯାଇ ତାହାର ଲାଭ ଯୋଗାଣକାରୀ ସଂସ୍ଥାଠାରୁ ଡିଇଓ ଅଫିସର ଉକ୍ତ ଡେପୁଟେଡ ଶିକ୍ଷକ ଅଶ୍ୱିନୀ ଷଢଙ୍ଗୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ବୋଲି ଅଭିଯୋଗ ଉଠିଛି । କେବଳ ଉକ୍ତ ଶିକ୍ଷକ ନୁହେଁ ତାଙ୍କ ଭାଇ ତଥା ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ନାମରେ ଥିବା ଆକାଉଣ୍ଟକୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରାଯାଇ ଅର୍ଥ ହଡପ କରାଯାଇଛି । ତେଣୁ ସରକାରୀ ତହବିଲରେ ଜାଲ ବିଲଭାଉଚରଦେଇ ଅର୍ଥ ହଡପ ତଥା ଜାଲ ଜିଏସଟି ବିଲଦେଇ ସରକାରଙ୍କୁ ରାଜସ୍ୱ ଠକିଥିବା ଉକ୍ତ ବ୍ୟକ୍ତି ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏଡଭୋକେଟ ଶ୍ରୀ ନାଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ ନାଗଙ୍କୁ ଏନେଇ ପଚାରିବାରୁ ସେ ଆସିବା ପୂର୍ବରୁ ଏହି ଟ୍ରାନ୍ସେକସନ ହୋଇଛି ତେଣୁ ସେ ଏବିଷୟରେ କିଛି କହିପାରିବେ ନାହିଁ ବୋଲି ଆମ ପ୍ରତନିଧିଙ୍କୁ କହିଛନ୍ତି । ସେହିପରି ଅଶ୍ୱିନୀ ଷଢଙ୍ଗୀଙ୍କୁ ମତାମତ ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ରାଜ୍ୟସରକାର ତୁରନ୍ତ ଏହି ଅଭିଯୋଗର ତଦନ୍ତ କରିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk