-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୋନପୁର ର ପ୍ରସିଦ୍ଧ ହରଗୌରୀ ପୂଜା ରେ ପ୍ରତ୍ୟହ ରୀତି ନୀତି ଅନୁସାରେ ମା ବୁଢୀମା ଓ ଶ୍ରୀ ହର ଗୌରୀ ଙ୍କ ପୂଜା ବିଧି ଖୁଵ ଧୁମ୍ ଧାମରେ ପାଳିତ ହେଉଛି l ସନ୍ଧ୍ୟାରେ ହଜାର ହଜାର ଭକ୍ତ ବିଶେଷ କରି ମହିଳା ମାନଙ୍କ ଭିଡ଼ ଲାଗି ରହୁଛି ହରଗୌରୀ ଓ ବୁଢ଼ିମା ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ଯ କ୍ରମ କୁ ଉପଭୋଗ କରିବା ପାଈଁ l ମା ବୁଢୀମା ସାଂସ୍କୃତିକ କଳା ମଣ୍ଡପ ଠାରେ ଅନୁଷ୍ଟିତ ସ୍ଥାନୀୟ ଓ ଦୂର ଦୁରାନ୍ତର ମେଲୋଡି କଳାକାର ଙ୍କ ଦ୍ଵାରା ରେକର୍ଡ଼ ଡ୍ୟାନ୍ସ ,ଭଜନ ସନ୍ଧ୍ୟା, ପାରାୟଣ, ଓ ସମ୍ବଲପୁରୀ ମେଲୋଡି କାର୍ଯ୍ଯ କ୍ରମ ଗୀତ ନାଚ କୁ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଉପଭୋଗ କରୁଛନ୍ତି l ଯାତ୍ରାରେ ଦର୍ଶକ ଅନେକ ମନ ଛୁଆଁ ଜୀବନ୍ତ ମେଢ଼ ଦେଖି , ଯାତ୍ରା ର ଆକର୍ଷଣୀୟ ସାଜ ସଜ୍ଜା ଓ ଗୀତ ନାଚ ଦେଖି ଖୁବ ମଜା ନେଉଥିବା ଜଣା ପଡ଼ିଛି l ଆଜି ହରି ଓଁ ମେଲୋଡି ସ୍ଥାନୀୟ କଳାକାର ଙ୍କ ଦ୍ବାରା ସମ୍ବଲପୁରୀ ଗୀତ ନାଚ କାର୍ଯ୍ଯ କ୍ରମ ରେ ଉପ ଜିଲ୍ଲାପାଳ ସୌମ୍ୟ ରୂପା ରଥ ଯୋଗ ଦେଇ ଉଦଘାଟନ କରିଥିଲେ l ଆସନ୍ତା କାଲି ଏଇ ଯାତ୍ରା ର ସାଂସ୍କୃତିକ କାର୍ଯ୍ଯ କ୍ରମ ର ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସପି ଯୋଗ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି l