-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
10-Oct-2025
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତାମାନପଲ୍ଲୀ ଠାରେ ଆଜି ମହିଳା ଫୁଟବଲ ଟୁର୍ଣ୍ଣାମେଂଟର ଉଦଯାପିତ ହୋଇଯାଇଛି lଏହି ତୁର୍ଣ୍ଣାମେଂଟ ରେ ଦୁଇ ଦଳ ବହୁ ଭଲ ପ୍ରଦର୍ଶନ କରିବା ସହ ଆଜି ଫାଇନାଲ ରେ ପ୍ରବେଶ କରିବା ସହ ଆଜିର ଏହି ମ୍ୟାଚ ବହୁତ ଉତ୍କର୍ଷଣି ହୋଇଥିବା ବେଳେ ଏହି ମ୍ୟାଚ କୁ ସହ ସହ ଲୋକ ଉପଭୋଗ କରିଥିଲେ l ଏହି ତାମାଦୋରା ଫୁଟବଲ ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ମ୍ୟାଚ କୁ ଉପଭୋଗ କରିବା ସହ ଏହାର ମଜା ନେଉଥିବା ଦେଖିବା ପାଇଁ ମିଳିଥିଲା l ଏହି ମହିଳା ଫୁଟବଲ ତୁର୍ଣ୍ଣାମେଂଟ ଆଜକୁ ୫ ବର୍ଷ ଧରି ଚାଲିଥିବା ବେଳେ ଆଜି ଏହି ତୁର୍ଣ୍ଣାମେଂଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି l ଏହି ଫାଇନାଲ ମ୍ୟାଚଟି ଆଲମା ଏଫସି ସହ ଭୁବନେଶ୍ୱର ଏଫସି ସହ ମୁକାବିଲା ହେଉଥିବା ବେଳେ ଏଥିରେ ଏଲମ ଆଲାମା୧-୦ଗୋଲ ରେ ବିଜୟ ହୋଇଥିଲେ l ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁଖିଲ,କଂଗ୍ରେସ ସଭାପତି ଗୋବିନ୍ଦ ପତ୍ର ଏବଂ ଏହି
ଗ୍ରାମର ସଭାପତି ଦୁଲା ମାଡି ଏବଂ ଅନ୍ୟାନ୍ୟ ଗ୍ରାମବାସୀ ସହଯୋଗ କରିବା ସହ ଏହି ତୁର୍ଣ୍ଣାମେଂଟ କୁ ସଫଳ କରିଛନ୍ତି l ଏହି ମ୍ୟାଚର ପୁରସ୍କାର ବିଜୟ ଟିମକୁ ୫୦,୦୦୦ଟଙ୍କା ଥିବା ବେଳେ ପରାଜୟ ଟିମକୁ ୪୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବାର ରହିଛି l ଏହି ମ୍ୟାଚ ଟି ବହୁତ ସୁନ୍ଦର ଭାବେ ଏବଂ ସୁଚାରୁ ରୂପେ ପରିଚାଳନା ହୋଇଥିବା ଦେଖିବା ପାଇଁ ମିଳିଛି l ସମସ୍ତ ଦର୍ଶକ ଏହି ମ୍ୟାଚ କୁ ବହୁତ ଆନନ୍ଦ ଉପଭୋଗ କରୁଥିବା ଦେଖିବା ପାଇଁ ମିଳିଛି l