-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
10-Oct-2025
ବୀରନରସିଂହପୁର ଗ୍ରାମ ପଞ୍ଚାୟତ ଠାରେ ଟି ଏଚ୍ ପି ତରଫରୁ ଅଲିଭା ମହସଂଘ ସହାୟତାରେ ମହିଳା ଗ୍ରାମସଭା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗ୍ରାମ ପଞ୍ଚାୟତ ର ଶତାଧିକ ମହିଳା , କଜେଲ ଛାତ୍ରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ କ୍ଷେତ୍ର ସହଯୋଗୀ
ସୁପ୍ରିୟା ଦେହୁରୀ ସ୍ବାଗତ କରିଥିଲେ । କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସଭା ପରିଚାଳନା କରିଥିଲେ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ବି. ପ୍ରିୟଙ୍କା ପଞ୍ଚାୟତର ମହିଳା ମାନଙ୍କୁ ନେଇ ଥିବା ଅନେକ ଯୋଜନା ବିଷୟରେ କହିଥିଲେ । ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା ମହିଳାଙ୍କ ପାଇଁ ସବୁବେଳେ ପଞ୍ଚାୟତ କାର୍ଯ୍ୟ କରିବ । ମହିଳାଙ୍କ ଉନ୍ନତି ହିଁ ଦେଶର ଉନ୍ନତି ବୋଲି କହିଥିଲେ । ସମସ୍ତ ପ୍ରକାର ସମସ୍ୟା ର ସମାଧାନ କୁ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଛି ବୋଲି କହିଥିଲେ । ତା ସହିତ ଆଇ ସି ସି ,ବାଲ୍ୟବିବାହ,ମହିଳାହିଂସା, ସାମାଜିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ଶେଷରେ ଶ୍ରୀକାନ୍ତ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।