-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ*- *ସମାଜ ର ମଙ୍ଗଳ ଚିନ୍ତା ନ କଲେ ବି କେବେ କୌଣସି ଲୋକ ଙ୍କ କ୍ଷତି କରନ୍ତୁ ନାହିଁ* - *ଜିଲ୍ଲାପାଳ*

10-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳିତ ହୋଇଥିଲା। ଅବସର  ବୋଲି ନିଜେ କେବେ ମନରେ ଚିନ୍ତା ନ କରି ସମାଜ ପ୍ରତି ଆମ ଅନେକ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି ବୋଲି ସଙ୍କଳ୍ପ ନେବାକୁ ଜିଲ୍ଲାପାଳ ପରାମର୍ଶ କରି ଥିଲେ l ସମାଜ ରେ ଆପଣ ମାନେ କାହାରି ଉପକାର କରି ନ ପାରିଲେ ବି କେବେ କୌଣସି ଲୋକ ଙ୍କ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେନି ବୋଲି କହିଥିଲେ l ମାନଙ୍କ ଏହି ଦିବସ ପାଳନ ଅବସରରେ ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ଶ୍ରୀ ଦେବାଶିଷ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ,  ସି ଡି ଏମ ପି ଏଚ୍ଚ ଓ, ଶ୍ରୀମତି ଉଷାରାଣୀ ଦାଶ,  ଭାରପ୍ରାପ୍ତ ଉପ ଜିଲ୍ଲାପାଳ, ସୋନପୁର, ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,  ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଏହି ଦିବସ ପାଳନ କରିବାର ଗୁରୁତ୍ତ୍ଵ, ତାପ୍ତର୍ଯ୍ୟ, ଓ ବରିଷ୍ଠ ନାଗରିକ  ମାନଙ୍କ ଦିନଚର୍ଯ୍ୟା ଉପରେ ଉପସ୍ଥାପନ  କରିଥିଲେ।ଅତିଥିମାନେ ବୃଦ୍ଧ ନାଗରିକମାନଙ୍କ ଅଧିକାର, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ସୁଖମୟ ଜୀବନ ନେଇ ମତାମତ ବ୍ୟକ୍ତ କଲେ। ସେମାନେ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମାଜର ଦାୟିତ୍ୱ ଓ ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ଉପରେ ପରାମର୍ଶ କରି ଥିଲେ। ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସୋନପୁର ମ୍ୟୁନିସିପାଲିଟିର ଶତାଧିକ ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ କମିଟି  ର ସଦସ୍ୟ ଓ ସ୍ଥାନୀୟ ସ୍ଵେଚ୍ଛା ସେବୀ ସଂସ୍ଥା  (NGO) ମାନଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ ଅନୁଭବ , ବରିଷ୍ଠ ନାଗରିକଙ୍କ ଅସୁବିଧା ଓ  ଆଇନଗତ ଅଧିକାର ତଥା ବିଭିନ୍ନ  ପ୍ରସ୍ତାବ ଆଗତ କରିଥିଲେ । ସୋନପୁର ସହର ବରିଷ୍ଠ ନାଗରିକ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ପ୍ରାକ୍ତନ ଅଧ୍ୟକ୍ଷ ସୋନପୁର କଲେଜ ବକ୍ତା ଭାବରେ ଯୋଗଦାନ କରିଥିଲେ। ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଉପସ୍ଥିତ ଅନେକ ବରିଷ୍ଠ ନାଗରିକ ସେମାନଙ୍କର ସ୍ମୃତି ଅନୁଭୁତି ଅଭିଭାଷଣ ମାଧ୍ୟମରେ ଉପସ୍ଥାପନ କରିଥିଲେ  ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ନିୟମିତ ଭାବେ ସମ୍ପର୍କ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ  ଅବସରରେ ପ୍ରତି ବର୍ଷ  ବରିଷ୍ଠ ନାଗରିକ ଲେଖା ସମ୍ବଳିତ ଏକ ବାର୍ଷିକ ପତ୍ରିକା ପ୍ରକାଶନ କରିବା ପାଇଁ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଏକ ପ୍ରସ୍ତାବ ଆଗତ ହୋଇଥିଲା।

  ଏହି ଅବସରରେ ଜିଲ୍ଲାର ଶତାୟୁ ବରିଷ୍ଠ ନାଗରିକ ଶ୍ରୀ ବଂଶୀଧର ନାୟକ ତରଭାଙ୍କୁ  ଜିଲ୍ଲାପାଳ ଡ଼ . ସାହୁଙ୍କ ହସ୍ତରେ ସମ୍ମାନିତ କରାଯାଇଲା। ଏଥି ସହିତ ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ହାସଲ କରିଥିବା ବରିଷ୍ଠ ନାଗରିକ ସଂଘର ୧୦ (ଦଶ) ଜଣ ସଦସ୍ୟ  ବରିଷ୍ଠ ନାଗରିକ  ଶ୍ରୀ ଇନ୍ଦ୍ରମଣି ଦାଶ, ବରିଷ୍ଠ ଆଇନଜୀବି,  ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାଶ, ଅବସର ପ୍ରାପ୍ତ, ମେଡିକାଲ ଅଫିସର, ସୋନପୁର,  ଶ୍ରୀ ପ୍ରତାପ ଶଙ୍କର ପାଣିଗ୍ରାହୀ, ବୀରମହାରାଜପୁର, ଗୋପୀନାଥ ମହାକୁର, ବୀରମହାରାଜପୁର,.ଶ୍ରୀ ନନ୍ଦ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ, ସୁବଳୟା, ଶ୍ରୀ ପ୍ରମୋଦ କୁମାର ମହାପାତ୍ର,ପୂର୍ବତନ ସରପଂଚ, ବୀରମହାରାଜପୁର,. ଶ୍ରୀ ଅଶୋକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ, ତରଭା ,                   ଶ୍ରୀ ରାଜ କିଶୋର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶିବତଲା,                           ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ବିନିକା ବ୍ଲକ ଓ ଶ୍ରୀ ସନ୍ତୋଷ କୁମାର ସାହୁ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିନିକା ବ୍ଲକଙ୍କୁ ଜିଲ୍ଲାପାଳ  ସୁବର୍ଣ୍ଣପୁର ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ବ୍ୟାଗ, ଛତା ଓ ଉପଢୌକନ ଦେଇ  ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲାର ଜନସାଧାରଣ ଓ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସାମ୍ୱାଦିକ ମାନେ ଉପସ୍ଥିତଥିଲେ । ଶ୍ରୀ ପ୍ରଭାସ କୁମାର କର୍ଣ୍ଣ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ଏହି କାର୍ଯକ୍ରମ କୁ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like