-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
09-Oct-2025
ବଲାଙ୍ଗୀର(ଦେବାଶିଷ ବହିଦାର): ବଲାଙ୍ଗୀର ସଦର ବ୍ଲକ ର ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ନୀଳମଣି ପଟେଲ ଯୋଗଦାନ କରିଛନ୍ତି। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୭୫୮୮ଓଡିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ଭାବରେ ପଦୋନ୍ନତି ମିଳିଛି। ଏହା ପୂର୍ବରୁ ଶ୍ରୀ ପଟେଲ ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନାରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ସେ ଦୀର୍ଘ ବର୍ଷ ଧରି ବୁବେଲ ହାଇସ୍କୁଲ, କୁଶଙ୍ଗ ହାଇସ୍କୁଲ ଓ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ବିଜ୍ଞାନ ତତ୍ତ୍ୱ।ବଧାରକ ଭାବରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀ ପଟେଲ ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବରେ ଜଣାଶୁଣା।ବଲାଙ୍ଗୀର ସଦର ବ୍ଲକ ବିଇଓ ଭାବେ କାର୍ଯ୍ୟରେ ଯୋଗ ଦେଲା ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ ତଥା ଜିଲ୍ଲା ର ବୁଦ୍ଧିଜୀବୀ ଓ ଶିକ୍ଷାବିତ ଶ୍ରୀ ପଟେଲଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭକାମନା ଜଣେଇଥିଲେ।