-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Oct-2025
ବଲାଙ୍ଗୀର, ତା, ୦୨/୧୦ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ପ୍ରଧାନ ଶିକ୍ଷକ ରାମ ନାରାୟଣ ଦାଶଙ୍କ ତତ୍ତ୍ଵାବଧାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ସଭାରେ ପ୍ରଥମେ ମହାପୁରୁଷ ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିଛବିରେ ପୁଷ୍ପ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମହାପୁରୁଷଙ୍କ ଆଦର୍ଶଗାନ କରିଥିଲେ। ପରେ ଏକ ଅଭିନବ କାର୍ଯ୍ୟକ୍ରମ ସ୍ବରୂପ ଆଜିର ଅବସରରେ ବିଦ୍ୟାଳୟ ପରିସରର ଭିତରେ ଏବଂ ବାହାରେ ସଫେଇ କରାଯାଇ ସ୍ବଚ୍ଛତା ଅଭିଯାନ କରାଯାଇଥିଲା। ଏଥିରେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶିକ୍ଷକ କୃପାସିନ୍ଧୁ ମିଶ୍ର ଓ ଲିଙ୍ଗରାଜ ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଛାତ୍ରୀ ଲିପସା ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଦୀପକ ସେନ ଧରୁଆ,ସମୀର ସେଠି, ଅବିନାଶ ଭୋଇ, ବୃନ୍ଦାବନ ଭୂଏ, ହିମାଂଶୁ ବିଶ୍ଵାଳ , ଦେବେଶ ହୋତା , ମନରଞ୍ଜନ ପରିଡ଼ା, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ଵିନୀ ପଟେଲ, ଶିବାନୀ ମଲ୍ଲିକ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ପୁରାତନ ଛାତ୍ର ସୋନୁ ରଣା, ଆକାଶ ରଣା, ନାରାୟଣ ମିଶ୍ର, ଗୁଣନିଧି ରଣା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।