-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Oct-2025
କଣ୍ଟାମାଳ(ଜୟ କୁମାର ମହାରଣା): ସାରା ଭାରତରେ ସେପ୍ଟେମ୍ବର ମାସରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଚାଲିଛି ସ୍ୱଚ୍ଛତା ସେଵା ପକ୍ଷ l ସେଵା ପକ୍ଷର ଆଜି ଅନ୍ତିମ ଦିବସ ତଥା ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ କଣ୍ଟାମାଳ ଆଦିବାସୀ ପିଠ ଠାରେ ଗୁରୁବାର ଅପରାହ୍ନ ୨ଘଣ୍ଟା ସମୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି l ବିଜେପି ଜିଲ୍ଲା ଆଦିବାସୀ ନେତା ଡ଼ମ୍ଭରୁଧର କହଁରଙ୍କ ନେତୃତ୍ୱରେ ଆୟୋଜିତ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶି ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉକ୍ତ ଆଦିବାସୀ ପୀଠ ପରିସରରେ ବୃକ୍ଷ ରୋପଣ କରିଥିଲେ l ଲଘୁଚାପ
ଜନିତ ବର୍ଷା ସତ୍ୱେ ଏଭଳି ଏକ ମହତ କାର୍ଯ୍ୟକ୍ରମ ରେ ବର୍ଷାକୁ ଭୃକ୍ଷେପ ନକରି ବର୍ଷାରେ ଭିଜିଭିଜି ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଥିଲା l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ଅନିଲ ପ୍ରଧାନ,ବରଗାଁ ସରପଞ୍ଚ ପ୍ରତିନିଧି ପିନାକ ରଣା, ମହେନ୍ଦ୍ର ସାହୁ,ବିଜୁ ସାହୁ, ଠାକୁର ନାଏକ, ସୁଶାନ୍ତ ବାଘ, ଉମେଶ କହଁର,ମୁଷବତ କହଁର, ବିଶ୍ଵନାଥ ସୁନା ସମେତ ସ୍ଥାନୀୟ ଭାଜପା କର୍ମକର୍ତ୍ତା ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।