-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2025
ଅତାବିରା(ଆକାଶ ମିଶ୍ର) ଭାବନାର ଭିନ୍ନତାକୁ ଏକତାରେ ପରିବର୍ତ୍ତନ କରିପାରୁଥିବା ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ହେଉଛି ଏକତାର ନିଦର୍ଶନ ।ଏହା ହେଉଛି ଭାଇ ଚାରା ଓ ସାମ୍ପ୍ରଦାୟିକ ସଦଭାବର ପର୍ବ । ଆଜି ଗୋଡଭଗା ଜଗନ୍ନାଥ ମନ୍ଦିର ପରିସରରେ ସ୍ପନ୍ଦନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁନୀଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ଉପସଭାପତି ନାଉରୀ ନାଏକ ଓ ମୂଖ୍ୟ ବକ୍ତାଭାବେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପିକା ଡ.ସଂଘମିତ୍ରା ମିଶ୍ର, ସ୍ପନ୍ଦନ ଅନୁଷ୍ଠାନର ସଭାପତି ବାଳକୃଷ୍ଣ ସାହୁ ଯୋଗ ଦେଇଥିଲେ । ଏଥିସହ କଳାମାଟି ସରପଞ୍ଚ ସୁଷମା ସାହୁ,ଗୋଡଭଗା ସରପଞ୍ଚ ମଞ୍ଜୁଲତା ସେଟ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପଧାନ, କେ ଓାରା ପ୍ରାସାଦ (ସେଠୁ) , ଗୋଡଭଗା ସମିତି ସଭ୍ୟା ପଙ୍କଜିନୀ ବାଗ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ୮୦ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି, ସେବା ନିବୃତ୍ତ ସେନା କର୍ମଚାରୀ, ଗୋଡଭଗା,ଲହଣ୍ଡା,କଳାମାଟି,
କୁମେଲସିଂହା,ଦୁଲମପୁର ପଞ୍ଚାୟତର ବିଗତ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା । ଏଥିସହ ଡ.ଅଶ୍ୱିନୀ କୁମାର ମିଶ୍ର ଫାଉଣ୍ଡେସନ ତରଫରୁ ଅଞ୍ଚଳର ଦୁଇଜଣ ଗରିବ ମେଧାବୀ ଛାତ୍ର କେ.ରାକେଶ ରାଓ ଓ ରୋହିତ ବନଛୋର ଙ୍କୁ ଉଚ୍ଚଶିକ୍ଷା ସହାୟତା ପାଇ ୭ହଜାର ଟଙ୍କା ଲେଖାଏଁ ଆର୍ଥକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ନୂଆଁଖାଇ କେବଳ ପଶ୍ଚିମ ଓଡିଶା ଭିତରେ ସୀମିତ ନରହି ଏହା ଏବେ ସାରା ବିଶ୍ୱରେ ପହଞ୍ଚିଛି ବୋଲି ସ୍ପନ୍ଦନ ଅନୁଷ୍ଠାନର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସ୍ପନ୍ଦନ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।