-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2025
- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରାୟ ୫୦୦(ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେବା ପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ମାରାଥନ ବା ଗଣ ଦୌଡ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା, ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ, ନିଜାରତ ଶାଖା, ସୁବର୍ଣ୍ଣପୁର, ଶ୍ରୀ ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ଜରୁରୀ ଶାଖା, ସୁବର୍ଣ୍ଣପୁର, ଶ୍ରୀ ସଂଗ୍ରାମ କେଶରୀ ଜେନା, ସହକାରୀ ଜିଲ୍ଲାପାଳ, ନ୍ୟାୟିକ ଶାଖା, ସୁବର୍ଣ୍ଣପୁର ଶ୍ରୀମତି ଜ୍ୟୋତିର୍ମୟୀ ମଲ୍ଲିକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୁନ୍ଦ, ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ଖେଳ ଶିକ୍ଷକ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୁବ ମାରାଥନ ବା ଗଣ ଦୌଡ କୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯୁବ ମାରାଥନ ବା ଯୁବ ଗଣ ଦୌଡ ସୋନପୁର ସହରସ୍ଥିତ ରୟାଲ ପଡ଼ିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ନଳିନୀ ଛକ ଦେଇ ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ପହଞ୍ଚି ମାରାଥନ ର ଉଦଯାପନ କରାଯାଇଥିଲା l