-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2025
ତୁଷୁରା(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରରେ ଶ୍ରୀ ଅଗ୍ରସେନ ମହାରାଜାଙ୍କ ଜୟନ୍ତୀ ଆସନ୍ତା ୨୨ତାରିଖ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ପୂର୍ବରୁ ସ୍ଥାନୀୟ କେଡିଆ ଭବନ ଠାରେ ବୁଗିବୁଗି, ଫନ୍ସିଡ୍ରେସ ଓ ଡାଣ୍ଡିଆରେ ନାଚ ଶିଶୁ,ଯୁବକ ଓ ଯୁବତୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ବିଳମ୍ବିତ ରାତ୍ରୀ ପ୍ରର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିବେଷଣ ହୋଇ ଥିବା ବେଳେ ଉପସ୍ଥିତ ଦର୍ଶକ ନାଚ ଗୀତର ତାଳେ ତାଳେ ଝୁମିଥିଲେ। କୃତ ପ୍ରତିଯୋଗିତାମାନଙ୍କୁ ଅଗ୍ରସେନ ଜୟନ୍ତୀ ଦିନ ପୁରସ୍କୃତ କରାଯିବ ବୋଳି ଅଗ୍ରସେନ ଜୟନ୍ତୀ କମିଟି ପକ୍ଷରୁ ପ୍ରକାଶ।