-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ବଲାଙ୍ଗିର- ଐତିହାସିକ ସାଲେଭଟା ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ପୀଠରେ ମାଁ ଦୁର୍ଗାପୂଜା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ନେତୃତ୍ୱରେ ମନ୍ଦିର କମିଟି ଦେବାଳୟ ସୁରକ୍ଷା କମିଟି ସଦସ୍ୟଙ୍କ ସହ ବଏଲ ଯାତ୍ରା ଓ ଦଶହରା କିଭଳି ସୁରୁଖୁରୁ ରେ ହେବ ତାହା ଆଲୋଚନା ହୋଇଥିଲା । ତା. ୨୧.୦୯୨୦୨୫ ତାରିଖ ରବିବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ଅମାବାସ୍ୟା ମହାଳୟା ରେ ଧୁବଳମୁଖି ବେଶ ଓ ୨୨ ତାରିଖ ସୋମବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ନବରାତ୍ର ପୂଜା ମନ୍ଦିରରେ ଆରମ୍ଭ ହେବ । ଘଟ ସ୍ଥାପନ ଓ ଅଖଣ୍ଡ ଦ୍ୱିପ ପ୍ରଜ୍ଜଳନ ହେବ । ୨୯ ତାରିଖ ସୋମବାର ଦିନ ମାଁ ପାଟଣେଶ୍ୱରୀ ଙ୍କ ବଏଲ ଯାତ୍ରା ଗ୍ରାମରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଜଖମାର କୁ ଆସି ମନ୍ଦିର କୁ ପ୍ରବେଶ କରିବେ ବୋଲି ପୂଜକ ସୂଚନା ଦେଇଥିଲେ । ପୂଜକ ଜୟକୃଷ୍ଣ ଦିଶ୍ରୀ ସମେତ ମନ୍ଦିର କମିଟିର ସଦସ୍ୟମାନେ, ଦେବାଳୟ ସୁରକ୍ଷା କମିଟି ର ସଭାପତି ଜୟକୃଷ୍ଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।ଏ