-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲ ବୀରମହାରାଜପୁର ଥାନା ହିକୁଡ଼ି ଫାଣ୍ଡି ନିକଟ ପଲାଶ ଗ୍ରାମର ବୃନ୍ଦାବନ ପଧାନ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ଶରତ ଭୋଇ ଓ ଅନ୍ୟମାନେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ହିକୁତି ଫାଣ୍ଡିରେ ଅଭିଯୋଗ କରିଥିଲେ। ବୃନ୍ଦାବନ ପଧାନଙ୍କ ଅଭିଯୋଗକୁ ନେଇ ସନ୍ଧ୍ୟାରେ ୨ ବାଇକ୍ ଯୋଗେ ହିକୁଡି ପାଣ୍ଡିର ଏଏସଆଇ ବସନ୍ତ ରଥ ସହ କିଛି ପୁଲିସ କର୍ମଚାରୀ ଗାଁକୁ ଯାଇଥିଲେ। ଶରତ ଭୋଇଙ୍କ ଘରକୁ ଯାଇ କାହିଁକି ଗଣ୍ଡଗୋଳ କରୁଛ ବୋଲି କହିବାରୁ ପରିବାରର ମହିଳା ଓ ପୁରୁଷ ଉତ୍ୟକ୍ତ ହୋଇ ପୁଲିସ
କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ୨ ବାଇକକୁ ଭଙ୍ଗାରୁଜା କରିଥିଲେ। ଫଳରେ ପୁଲିସ କର୍ମଚାରୀ ଆତ୍ମରକ୍ଷା କରି ଦୌଡ଼ି ପଳାଇଥିଲେ। ଏନେଇ ବୀରମହାରାଜପୁର ଏସ୍ଡିପିଓ ହେମନ୍ତ ରାଓଙ୍କୁ ଖବର ଦେବା ସହ ପୁଲିସ ଟିମ୍ ଗାଁରେ ପହଞ୍ଚି ୪ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏଥିସହ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ ତାକୁ ମଧ୍ୟ ଗିରଫ କରାଯିବ ବୋଲି ଏ ଏସଆଇ ଅଭିନାଶ ପଧାନ ସୂଚନ ଦେଇଛନ୍ତି। ପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଅକ୍ଷୟ ବଗର୍ତ୍ତି, ରାକେଶ ଭୋଇ, ଶରତ ଭୋଇ ଓ ସୁବର୍ଣ୍ଣା ଭୋଇକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।