-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଗତ କାଲି ଭକ୍ତି ଭାବପୂର୍ଣ୍ଣ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଅନୁଷ୍ଠାନିକ ଭାବେ ଆୟୋଜନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଗୀତିକାର ଏବଂ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି ତଥା ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କୁ ଜନ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଆୟୋଜିତ ଭଜନ ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା । କବି କେଶବ ଚନ୍ଦ୍ର ନାୟକଙ୍କ ଦାରୁବ୍ରହ୍ମ ଓ ଦାରୁ ଦେବତା ଦୁଇ ଗୋଟି ଭଜନ ପୁସ୍ତକ ପ୍ରକାଶ ପାଇଛି। ଏହି ଭଜନ ପୁସ୍ତକ ଦ୍ବୟରେ ୧୨୦ ରୁ ଉର୍ଦ୍ଧ୍ବ ଭଜନ ଓ ଜଣାଣ ସଂକଳିତ ହୋଇଛି। ଗୀତିକାର କବି କେଶବଚନ୍ଦ୍ର ନାୟକ ଭଜନର ପୁସ୍ତକରୁ କିଛି ଭଜନ ସୁନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତି ବନଜା ମିଶ୍ର, ଭୁବନେଶ୍ୱର କଣ୍ଠଦାନ କରିଛନ୍ତି। ତାଙ୍କର ନୂତନ ଭଜନ ଗୁଡିକ ଭକ୍ତି ଜଗତରେ ବେଶ୍ ଆକର୍ଷଣୀୟ ହୋଇ ପାରିଛି। ତାଙ୍କ ଭକ୍ତି ରସାମୃତ ଭଜନ ଲେଖନୀ ଚାଳନାରେ ଉତ୍ତରୋତ୍ତର କାମନା କରି ଜନ ସ୍ବାସ୍ଥ୍ୟ ବିଭାଜନର ଯନ୍ତ୍ରୀ ରାମ ପ୍ରଧାନ ଆୟୋଜିତ ଭଜନ ସନ୍ଧ୍ୟାରେ କବି କେଶବ ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କ ରଚିତ ଭଜନ ଗୁଡିକ ଓଡ଼ିଶାର ପୁରପଲ୍ଲୀରେ ଥିବା ଶ୍ରୋତାଙ୍କ ଗ୍ରହଣରେ ଆଦୃତ ଲାଭ କରି ମାଲକାନଗିରି ମାଟିର ଗର୍ବ ଗୌରବକୁ ରସାଣିତ କରୁ ବୋଲି ଶ୍ରୀ ପ୍ରଧାନ ମତ ବ୍ୟକ୍ତ କରିଥିଲେ।