-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ର ବକ୍ସିଂ ଖେଳାଳି ଙ୍କୁ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ମିଳିଛି ସଫଳତା l ଉକ୍ତ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୁଇ ଜଣ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୂଚନା ଅନୁସାରେ ପୁରୀ ସ୍ଥିତ ଜିଲ୍ଲା ହାଇସ୍କୁଲ ରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତି ଯୋଗିତା ଚଳିତ ୧୭ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲାର ତିନି ଜଣ ବାଳିକା ବକ୍ସିଂ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ତିନି ଜଣ ଖେଳାଳିଙ୍କ ମଧ୍ୟରୁ ଝରଣା ନାୟକ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଆଶାରାଣୀ ଧଳ ଓ ନିବେଦିତା ବେହେରା ଙ୍କୁ କାଂସ୍ୟ ପଦକ ମିଳିଛି । ଆସନ୍ତା ମାସ ଶେଷ ସପ୍ତାହ ରେ ଅରୁଣାଚଳ ପ୍ରଦେଶ ରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ ଝରଣା ନାୟକ । ଝରଣା ନାୟକ ଏବେ କମିରା ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ଅଧୟନ କରୁଛନ୍ତି। ସେହିପରି ନିବେଦିତା ବେହେରା ବଡ଼କିରାସିରା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଶାରାଣୀ ଧଳ ଯୁବରାଜପୁର ସରକାରୀ ୟୁପି ସ୍କୁଲରେ ସପ୍ତମ ଶ୍ରେଣୀର ପଢୁଛନ୍ତି। ଜିଲ୍ଲାର ଏହି ତିନି କ୍ରୀଡାବିତ ଙ୍କ ସଫଳତାରେ ବିଭିନ୍ନ ମହଲରୁ ପ୍ରଶଂସା ର ସୁହ ଛୁଟିଛି। ଏହି କ୍ରୀଡାବିତ ଙ୍କ ସଫଳତାରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରିଣୀ ମୀନାରାଣୀ ମଣ୍ଡଳ,ଶାରୀରିକ ନିରିକ୍ଷକ ଜତିକାନ୍ତ ଭୋଇ,ବୀରମହାରାଜପୁର ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକ ରଞ୍ଜିତ ପଧାନ,ବକ୍ସିଂ କୋଚ ରାଜେଶ କୁମାର ମେଣ୍ଡୁଳି ଏବଂ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।